ଭାଇରାଲ ପରେ ଥାନା ଅଧିକାରୀଙ୍କ ଉପରେ ଆକ୍ସନ: ବଦଳିଲେ…

କଟକ,୧୯।୧୨: ଦଳିତ ଯୁବକଙ୍କୁ ରାସ୍ତା ଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଯିବା ଘଟଣାର ଫଟୋ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀଙ୍କୁ ଏସ୍‌ପିଙ୍କ ଅଫିସକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ବାଙ୍କୀ ବୈଦେଶ୍ବର ଟି -ବ୍ରିଜ ଉପରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ଯୁବକ ସେହି ରାସ୍ତା ଦେଇ ବାଇକ୍‌ରେ ଯାଉଥିଲେ। ବୈଦେଶ୍ୱର ଥାନା ପୋଲିସ ଯୁବକଙ୍କୁ ଅଟକାଇଥିଲେ। ପରେ ଯୁବକ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପୋଲିସ କର୍ମଚାରୀ ଯୁବକଙ୍କୁ ନିର୍ଧୂମ୍‌ ପିଟିଥିଲେ। ଏପରିକି ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀ ଯୁବକଙ୍କୁ ଟାଣି ଆଣି ଗୋଇଠା ମାରି ତଳେ ପକାଇ ଦେଇଥିଲେ। ପରେ ଯୁବକଙ୍କ ପିଠି ଉପରେ ଗୋଡ଼ ରଖି ପକେଟରୁ ବନ୍ଧୁକ କାଢ଼ି ଧମକ ଦେଇଥିଲେ। ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋ ଭାଇରାଲ ପରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବୈଦେଶ୍ୱର ଥାନା ଅଧିକାରୀ ସେଠୀଙ୍କୁ ଏସ୍‌ପିଙ୍କ ଅଫିସକୁ ବଦଳି କରାଯାଇଛି। ପୋଲିସ ଅଧିକାରୀଙ୍କ ଦାଦାଗିରି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି।

ବାଇକ ଚାଳକଙ୍କୁ ଉପରେ ଠିଆ ହେବା, ଆଉ ଜଣଙ୍କୁ ଆଣ୍ଠେଇବା ପାଇଁ ବଦଳି ଯୁବକଙ୍କୁ ଅଟକାଇ ନିର୍ଧୂମ ପିଟିଲେ। ପରେ ଗୋଇଠା ମାରି ରାସ୍ତାଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ। ପୋଲିସ ଗୋଡ଼ ଦେଇ ଚଢ଼ିବା ସମୟର ଫଟୋ ସୋସିଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ଅଞ୍ଚଳରେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri