ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ ନ ଥିବାରୁ ବ୍ଲକ୍‌ ଆଗରେ ଚାଷୀ ଧାରଣା ଦେଇଛନ୍ତି। ଡିଏଲପିସି ବୈଠକର ଘୋଷଣା ମୁତାବକ ଡିସେମ୍ବର ୧୧ରେ ଖରିଫ ଧାନମଣ୍ଡିର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଚାଷୀଙ୍କ ଧାନ ଜିଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କ୍ରୟ ହୋଇ ପାରୁ ନ ଥିବା ଅଭିଯୋଗରେ ଚାଷୀ ରାଲିରେ ଆସି ଧାରଣାରେ ବସିଥିଲେ।

ଚାଷୀ ଧାରଣାରେ ବସିଥିବା ବେଳେ ବିଡିଓ କପିଳେଶ୍ୱର ତାଣ୍ଡି ଆଲୋଚନା ପାଇଁ ଆସିବା ପରେ ଧାନକ୍ରୟ ସମସ୍ୟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଚାଷୀଙ୍କ ମନୋଭାବ ପ୍ରତି କୁଠାର ଘାତ ନ କରି ଧାନ ଉଠାଇବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲା ପ୍ରଶାସନକୁ ତାଗିଦ କରିଥିଲେ।

ଡିସେମ୍ବର ୧୭ରେ କୋରାପୁଟ ଜିଲା ଗସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୟପୁର ବ୍ଲକ ଫାମ୍ପୁଣି ଧାନମଣ୍ଡି ଶୁଭାରମ୍ଭ କରି ସମସ୍ତ ମଣ୍ଡିରୁ ଧାନ କ୍ରୟ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଜିଲାପାଳ ଏବଂ ଜିଲା ଯୋଗାଣ ଅଧିକାରୀ ଧାନ କିଣାକୁ ନେଇ ଅଭିନୟ କରୁଥିବା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଖରିଫ ଏବଂ ରବି ଋତୁରେ ଧାନ ମଣ୍ଡି ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୩୧୦୦ ଟଙ୍କାରେ ଚାଷୀ ନିକଟରୁ ଧାନ କ୍ରୟ କରାଯିବା ନେଇ ଚାଷୀ ଖୁସିରେ ରହିଛନ୍ତି। କିନ୍ତୁ ପ୍ରଶାସନର ଚାଷୀ ପ୍ରତି ଉପର ଠାଉରିଆ ମନୋଭାବ, ଚାଷୀଙ୍କ ପ୍ରତି ଦରଦ ନ ଥିବା ଓ ବିଭିନ୍ନ ପ୍ରସଙ୍ଗ ଉଠାଇ ଚାଷୀ ବିଡିଓଙ୍କୁ ଘେରିଥିଲେ।

ଦୀର୍ଘ ଦିନରୁ ଅନେକ ଥର ଡିଏଲପିସି ବୈଠକରେ କୋରାପୁଟ ଜିଲାର ଲୋକ ମହୋତ୍ସବ ପରବକୁ ଜାନୁଆରୀ ମାସରେ କରାଗଲେ ଚାଷୀମାନେ ମଧ୍ୟ ଏହାକୁ ଦେଖିବା ସୁଯୋଗ ପାଇଥାନ୍ତେ ବୋଲି ଅଭିଯୋଗ କରାଯାଇଛି। ଜିଲା ପ୍ରଶାସନ ପ୍ରତିବର୍ଷ ଚାଷୀଙ୍କୁ ଅଣଦେଖା କରୁଥିବା ଏବଂ ଧାନ କିଣା ସମୟକୁ ବିଳମ୍ବ କରୁଥିବା ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲେଇବାକୁ କୃଷକ କଲ୍ୟାଣ ମଞ୍ଚ ପ୍ରଶାସନକୁ ଚେତାବନୀ ଦେଇଛି।

ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ଜିଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଯୋଗାଣ ବିଭାଗ ଚାଷୀଙ୍କ ସହ ଆଲୋଚନା କରି ଖରିଫ ଧାନ ସୁରୁଖୁରୁରେ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଧାନ ଉଠିବାକୁ ନେଇ ଲାଗି ରହିଥିବା ଅଚଳବସ୍ଥା ପାଇଁ ଜିଲା ପ୍ରଶାସନ ଉପରେ ଚାଷୀମାନେ ଦୋଷ ଲଦିଛନ୍ତି। ସୋମବାର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଥାନାରେ ମୌଖିକ ଭାବେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri