Posted inଜାତୀୟ

ଟିଏମସି ପ୍ରାର୍ଥୀ ତାଲିକାରେ ଅଭିନେତା ଆଉ କ୍ରିକେଟର, ଜାଣନ୍ତୁ କିଏ କେଉଁଠୁ ପାଇଲା ଟିକେଟ୍‌

କୋଲକତା,୧୦।୩: ଲୋକ ସଭା ନିର୍ବାଚନକୁ ନେଇ ଚାତୀୟ ରାଜନୀତି ସରଗରମ ରହିଛି। କିଛିଦିନ ପୂର୍ବରୁ ଭାଜପା-କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ରବିବାର ଅର୍ଥାତ୍‌ ଆଜି ଟିଏମସି ପ୍ରାର୍ଥୀ ତାଲିକା ଜାରି କରିଛି। ଇଣ୍ଡିଆ ମେଣ୍ଟ ସହ କୌଣସି ସିଟ୍‌ ଭାଗବଣ୍ଟା ହେବନାହିଁ ବୋଲି ଘୋଷଣା କରିବା ପରେ ମମତା ବାନାର୍ଜୀ ତାଙ୍କର ପ୍ରାର୍ଥୀଙ୍କ ନାମ ଜାରି କରିଛନ୍ତି। କେବଳ ସେତିକି ନୁହେଁ ଟିଏମସି ଅଧୀର ଚୌଧୁରୀଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ତେବେ ତାଲିକାରେ ବହୁ କ୍ରିକେଟର ଓ ଫିଲ୍ମଷ୍ଟାର ମଧ୍ୟ ରହିଛନ୍ତି। ଆସନ୍ତୁ ଜାଣିବା…

ନିର୍ବାଚନ ପାଇଁ ଟିଏମସି ମୋଟ ୪୨ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୁଚବିହାର ଲୋକସଭା ସିଟ୍‌ରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ଟିକେଟ୍‌ ମିଳିଛି। ସେହିପରି ବହରାମପୁରରୁ ଦିଗଗ୍‌ଜ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ମିଳିଛି। ୟୁସୁଫ, ଅଧୀର ଚୌଧୁରୀଙ୍କ ବିରୋଧରେ ଲଢେଇ କରିବାକୁ ଯାଉଛନ୍ତି।

ତେବେ ଏହି ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଆସନ ହେଉଛି ସନ୍ଦେଶଖାଲି। ଗତ ୩ମାସ ଧରି ସନ୍ଦେଶଖାଲି ସବୁ ଖବରର ହଟସ୍ପଟ ରହି ଆସିଛି। ତେବେ ସନ୍ଦେଶଖାଲି, ବଶେରହାଟ ଇଲାକାରୁ ଆସୁଛି। ଯେଉଁଠୁ ଅଭିନେତ୍ରୀ ନୁସରତ ଜାହାଁ ଏମପି ଥିଲେ। ତେବେ ଟିଏମସି ତାଙ୍କର ଟିକେଟ୍‌ କାଟି ହାଜି ନୁରଲ ଇସଲାମଙ୍କୁ ଟିକେଟ୍‌ ଦେଇଛି। ତେବେ ବଶେରହାଟ ଟିକେଟ୍‌ ବଦଳିବା ଦ୍ୱାରା କ’ଣ ଭୋଟ ଟିଏମସିକୁ ଯିବ ତାହା ଦେଖିବା ବାକି ରହିଲା।

ୟୁସୁଫ ପଠାନଙ୍କୁ ମଇଦାନକୁ ଓହ୍ଲାଇବା ସହ TMC ଆଉ ଜଣେ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ଦୁର୍ଗାପୁରରୁ ଟିକେଟ୍‌ ଦେଇଛି। ଏହି ସିଟ୍‌ରୁ ଭାଜପାର ଏସଏସ ଆହଲୁବଲିଆ ଏମପି ଅଛନ୍ତି। ତେବେ ଭାଜପା ଓ କଂଗ୍ରେସ ଏପର୍ଯ୍ୟନ୍ତ ଏହି ସିଟ୍‌ରୁ ପ୍ରାର୍ଥୀ ଫାଇନାଲ କରି ନାହାନ୍ତି।

ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମସି ପୁଣି ଭରସା କରିଛି। ତାଙ୍କୁ ମମତା ଆସନସୋଲରୁ ଟିକେଟ୍‌ ଦେଇଛନ୍ତି। ଆସନସୋଲ ସିଟ୍‌ ଚର୍ଚ୍ଚାରେ ରହି ଆସିଛି କାରଣ ଏହି ସିଟ୍‌ରୁ ଜଣେ ଭାଜପା ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବା ପରେ ସେ ୨୪ଘଣ୍ଟା ମଧ୍ୟରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri