‘ଅଧିଗ୍ରହଣ ବ୍ୟବସାୟର ଅଭିବୃଦ୍ଧି ଘଟାଇବ’

ନୂଆଦିଲ୍ଲୀ,୩।୩:ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର କଞ୍ଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ପ୍ରକ୍ରିୟା ସମାପନ କରାଯାଇଛି। ବିଶେଷକରି ସିସିଆଇ ଅନୁମୋଦନ ମିଳିବାର ୭ ମାସ ମଧ୍ୟରେ ଉକ୍ତ ବୁଝାମଣାକୁ କାର୍ଯ୍ୟକାରୀ କରି ଆକ୍ସିସ୍‌ ବ୍ୟାଙ୍କ ତା’ର କାର୍ଯ୍ୟକାରିତା ଦୃଢ଼ତାକୁ ପ୍ରଦର୍ଶନ କରିଛି। ଏପରିକି ସିଟିବ୍ୟାଙ୍କ ଇଣ୍ଡିଆର କଞ୍ଜ୍ୟୁମର ବ୍ୟବସାୟକୁ ଆକ୍ସିସ୍‌ ବ୍ୟାଙ୍କ ପ୍ରାୟ ୧୧,୬୦୩ କୋଟି ଟଙ୍କାରେ କିଣିଥିଲା। ଫଳରେ ସିଟିବ୍ୟାଙ୍କ ଇଣ୍ଡିଆର ଋଣ, କ୍ରେଡିଟ୍‌ କାର୍ଡ, ସମ୍ପତ୍ତି ପରିଚାଳନା ଓ ରିଟେଲ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟକୁ ଆକ୍ସିସ୍‌ ବ୍ୟାଙ୍କ ଅଧିଗ୍ରହଣ କରିଛି। ଏଥିରେ ସିଟି ବ୍ୟାଙ୍କର ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ ସିଟିକର୍ପ ଫାଇନାନ୍ସ ଇଣ୍ଡିଆ ଲିମିଟେଡ୍‌ର ବ୍ୟବସାୟ ମଧ୍ୟ ସାମିଲ ରହିଛି। ଉକ୍ତ ସଂସ୍ଥା କମର୍ସିଆଲ ଯାନ, ନିର୍ମାଣ ଉପକରଣ ଋଣ ଏବଂ ବ୍ୟକ୍ତିଗତ ଋଣ ଆଦି ପ୍ରଦାନ କରୁଛି।
ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, ଏହି ଅଧିଗ୍ରହଣ ଆମ ବ୍ୟବସାୟର ଅଭିବୃଦ୍ଧି ଘଟାଇବ। ଏପରିକି ପ୍ରଥମ ପର୍ଯ୍ୟାୟ ସମନ୍ବୟ ଶେଷ ହେବା ସହ ଆମେ ସିଟିବ୍ୟାଙ୍କର ୨.୪ ନିୟୁତରୁ ଅଧିକ ଗ୍ରାହକ ଏବଂ ୩୨୦୦ କର୍ମଚାରୀଙ୍କୁ ଆମ ଆକ୍ସିସ୍‌ ପରିବାର ଦିଲ୍‌ସେକୁ ସ୍ବାଗତ କରୁଛୁ। ବିଶେଷକରି ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଅଭିବୃଦ୍ଧି ଓ ଅଗ୍ରଣୀ ସ୍ଥାନକୁ ଆକ୍ସିସ୍‌ର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଏପରିକି ଏହା ସହ ଜଡ଼ିତ ଥିବା ସମସ୍ତ ଅଂଶୀଦାରଙ୍କୁ ମଧ୍ୟ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri