୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପ କରିବ ଏସିଏଲ୍‌

ଭୁବନେଶ୍ୱର,୨୬।୧୨: ଆଦାନୀ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଅମ୍ବୁଜା ସିମେଣ୍ଟସ ଲିମିଟେଡ୍‌ (ଏସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ଏସିଏଲ୍‌ ଘୋଷଣା କରିଛି। ବିଶେଷକରି ଏକ ସ୍ଥାୟୀ ସିମେଣ୍ଟ ଉପତ୍ାଦନରେ ଅଗ୍ରଣୀ ରହିବା ଲାଗି ଏସିଏଲ୍‌ର ସ୍ଥିତିକୁ ମଜଭୁତ କରିବାକୁ କମ୍ପାନୀ ଚାହୁଁଛି। ଏପରିକି କମ୍ପାନୀ ଗୁଜରାଟ ଓ ରାଜସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୌର ଓ ପବନ ଶକ୍ତି ପ୍ରକଳ୍ପରେ ନିବେଶ କରିବ। ସେହିଭଳି କମ୍ପାନୀ ଗୁଜରାଟରେ ଏକ ୬୦୦ମେଗାୱାଟ୍‌ ସୌର ଶକ୍ତି ପ୍ରକଳ୍ପ ଏବଂ ୧୫୦ ମେଗାୱାଟ୍‌ ପବନ ଶକ୍ତି ପ୍ରକଳ୍ପ ସହ ରାଜସ୍ଥାନରେ ୨୫୦ମେଗାୱାଟ୍‌ର ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବ ବୋଲି ଜଣାପଡ଼ିଛି। ଏପରିକି ୨୦୨୫-୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ସହ ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନୀ ୨୦୦ ମେଗାୱାଟ୍‌ ଲକ୍ଷ୍ୟ ହାସଲ କରିବ। କମ୍ପାନୀର ଏହି ନିବେଶ ପରିବେଶ ସ୍ଥାୟିତ୍ୱ ପ୍ରତି ଆମ ପ୍ରତିବଦ୍ଧତା ଏବଂ ବାର୍ଷିକ ୧୪୦ ନିୟୁତ ଟନ୍‌ର ବୃହତ୍‌ ଲକ୍ଷ୍ୟ ହାସଲ କରିବାର ଅର୍ଥନୈତିକ ଲାଭକୁ ଦର୍ଶାଉଛି। ଅପରପକ୍ଷରେ ସବୁଜ ଶକ୍ତିରୁ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ ହେବା ଦ୍ୱାରା କମ୍ପାନୀର ଶକ୍ତି ଖର୍ଚ୍ଚ କିଲୋୱାଟ୍‌ ପିଛା ୬.୪୬ଟଙ୍କାରୁ ହ୍ରାସ ପାଇ ୫.୧୬ଟଙ୍କାକୁ ହ୍ରାସ ପାଇଛି। କିଲୋୱାଟ୍‌ ପିଛା ୧.୩୦ ଟଙ୍କା ହ୍ରାସ ହେଲେ ୨୦୨୮ ସୁଦ୍ଧା ୧୪୦ଏମ୍‌ଟିପିଏ ସିମେଣ୍ଟ ଉପତ୍ାଦନ ଲକ୍ଷ୍ୟରେ ୯୦ପିଏମ୍‌ଟି ସିମେଣ୍ଟ ଯୋଡ଼ିବ ଏବଂ କମ୍ପାନୀର ଇଏସ୍‌ଜି ଲକ୍ଷ୍ୟ ପ୍ରତି ସମର୍ଥନ ପ୍ରଦାନ କରିବ। କମ୍ପାନୀର ୱେଷ୍ଟ୍‌ ହିଟ୍‌ ରିକଭରି ସିଷ୍ଟମ୍‌ର ଦକ୍ଷତାକୁ ୫ବର୍ଷ ଅବଧିରେ ୧୦୩ ମେଗାୱାଟ୍‌ରୁ ବଢ଼ାଇ ୩୯୭ ମେଗାୱାଟ୍‌ କରିବ,ଯାହା ବିଦ୍ୟୁତ୍‌ ଖର୍ଚ୍ଚକୁ ଆହୁରି ହ୍ରାସ କରିବ। ବର୍ତ୍ତମାନ କମ୍ପାନୀର ଉପତ୍ାଦନରେ ୧୯% ସବୁଜ ଶକ୍ତି ବ୍ୟବହାର କରୁଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେହି ଭାଗ ୬୦%କୁ ବୃଦ୍ଧି ପାଇବ ଏବଂ କମ୍ପାନୀ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବ। ଏ ସମ୍ପର୍କରେ ଅମ୍ବୁଜା ସିମେଣ୍ଟ୍‌ସ ଲିମିଟେଡ୍‌ର ସିଇଓ ଅଜୟ କପୁର କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସ୍ଥାୟୀ ଅଭ୍ୟାସ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?