୨୦୨୪ ରେ ସମସ୍ତଙ୍କୁ ମିଳିବ ୨୪ ଘଣ୍ଟା ବିଦ୍ୟୁତ୍ ସପ୍ଲାଇ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ, ୨୫।୧୨: ବିଶ୍ୱରେ ବଢୁଥିବା ଅସ୍ଥିରତା ମଧ୍ୟରେ ବଢି ଚାଲିଥିବା ଭାରତୀୟ ଅର୍ଥନୀତି ପାଇଁ ବିଭିନ୍ନ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବାକୁ କୋଇଲା ସାଙ୍ଗକୁ ଅକ୍ଷୟ ଶକ୍ତି ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ଏହି ମହତକାଂକ୍ଷୀ ଯୋଜନାକୁ ସଫଳ କରିବା ପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ କେନ୍ଦ୍ର ଶକ୍ତି ମନ୍ତ୍ରଳାୟ ୯୧ ଜିଗାୱାଟର ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ୭.୨୮ ଲକ୍ଷ କୋଟି ଟଙ୍କାର ନବେଶ କରିବାକୁ ଯାଉଛନ୍ତି।

ପିଟିଆଇକୁ ଏକ ସାକ୍ଷାତକାରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହ କହିଛନ୍ତି ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଗ୍ରାହକଙ୍କ ଅଧିକାର ଅଟେ। ସେହିଭଳି ଶକ୍ତି ସୁରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଋଷ ଯୋଗୁଁ ୟୁରୋପରେ କ’ଣ ଘଟିଛି ତାହା ସମସ୍ତେ ଦେଖିଛନ୍ତି।”

ବର୍ତ୍ତମାନ ଭାରତରେ ହାରାହାରି ବିଦ୍ୟୁତ୍ ଯୋଗାଣ ସହରାଞ୍ଚଳରେ ୨୩.୫୦ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୨୨ ଘଣ୍ଟା ବୋଲି ସେ କହିଛନ୍ତି। ସିଂ ଏହା ମଧ୍ୟ କହିଛନ୍ତି ଯେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କ୍ଷମତା ଦେଶକୁ ଭୌଗଳିକ ବ୍ୟାଘାତରୁ ବିଚ୍ଛିନ୍ନ କରିବ ଏବଂ ଆମ ଅର୍ଥନୀତି ଦ୍ରୁତ ଗତିରେ ବିସ୍ତାର କରୁଥିବା ସମୟରେ ଦେଶ ପାଇଁ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବ। ତେବେ ଅଧିକ ବ୍ୟୟବହୁଳ କାରଣରୁ କେବଳ ଅକ୍ଷୟ ଶକ୍ତିରୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇବା ସମ୍ଭବ ନୁହେଁ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି।

ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେତୁ କୋଇଲା ଭିତ୍ତିକ କ୍ଷମତା ଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେପ୍ଟେମ୍ବର ୨୦୨୩ ରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ୨୪୩.୨୭ ଜିଗାୱାଟ, ଯାହା ସର୍ବୋଚ୍ଚ ସ୍ତରରେ ଥିଲା। ତେବେ ୨୦୨୨ ନଭେମ୍ବରରେ ପ୍ରକାଶ ପାଇଥିବା ୨୦ ତମ ଇଲେକ୍ଟ୍ରିକ ପାୱାର ସର୍ଭେ(ଇପିଏସ) ରିପୋର୍ଟ ଅନୁଯାୟୀ ଭାରତରେ ସର୍ବାଧିକ ବିଦ୍ୟୁତ୍ ଚାହିଦା ୨୦୩୧-୩୨ ରେ ୩୬୬.୩୯ ଜିଗାୱାଟ, ୨୦୩୬-୩୭ ରେ ୪୬୫.୫୩ ଜିଗାୱାଟ ଏବଂ ୨୦୪୧-୪୨ ରେ ୫୭୪.୬୮ ଜିଗାୱାଟ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri