ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା

ଭୁବନେଶ୍ୱର, ୧।୯(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଅପୂର୍ବ ସଫଳତା ମିଳିଛି। ଏପରିକି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାବେଳେ ଆୟୁର୍ବେଦିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨ଜଣ ଛାତ୍ରୀଛାତ୍ରଙ୍କୁ ନଗଦ ୫୦,୦୦୦ ଟଙ୍କା ଲେଖାଏଁ ସମୁଦାୟ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।
ଉଲ୍ଲେଖଯୋଗ୍ୟ, ଷ୍ଟୁଡେଣ୍ଟଶିପ୍‌ ପ୍ରୋଗ୍ରାମ ଫର୍‌ ଆୟୁର୍ବେଦ ରିସର୍ଚ୍ଚ କେନ୍‌ ବା ସ୍ପାର୍କ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୀ ଶ୍ରୀ କଲେଜ ଅଫ୍‌ ଆୟୁର୍ବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ରୀ ମିତାଲି ହୃଦାନନ୍ଦ ସେଠୀ ନିଜର ଉତ୍କୃଷ୍ଟ ଗବେଷଣା ସନ୍ଦର୍ଭ ନିମନ୍ତେ ଏହି ବିରଳ ସଫଳତା ହାସଲ କରିଛନ୍ତି। ତାଙ୍କ ଗବେଷଣାର ବିଷୟବସ୍ତୁ ‘ଆନ୍‌ ଅବଜର୍ଭେସନାଲ ଷ୍ଟଡି ଟୁ ଆସେସ୍‌ ଦ କ୍ୱାଲିଟି ଅଫ୍‌ ସ୍ଲିପ୍‌ ଏମଙ୍ଗ୍‌ ଡିଫରେଣ୍ଟ ପ୍ରକୃତି ଇଣ୍ଡିଭିଜୁଆଲ୍‌ ଉଇଥ୍‌ ସ୍ପେଶାଲ ରେଫରେନ୍ସ ଟୁ କ୍ରୋନୋଟାଇପ୍‌ (ବିଭିନ୍ନ ପ୍ରକୃତିର ବିଶେଷକରି କ୍ରୋନୋଟାଇପ୍‌ ବ୍ୟକ୍ତିମାନଙ୍କ ମଧ୍ୟରେ ନିଦର ଗୁଣବତ୍ତା ଆକଳନ ନିମନ୍ତେ ଏକ ଅଧ୍ୟୟନ) ରହିଥିଲା। ସେହିପରି ଅନୁଷ୍ଠାନର ଛାତ୍ର ସୁପ୍ରଭ ମେହେର ମଧ୍ୟ ଏଷ୍ଟାବ୍ଲିଶମେଣ୍ଟ ଅଫ୍‌ ନର୍ସରି ଟୁ ପ୍ରୁଭାଇଡ୍‌ ମେମୋରି-ଏନହାନ୍ସିଂ ପ୍ଲାଣ୍ଟ୍ସ ଫର୍‌ ହାୟର ସେକେଣ୍ଡାରି ସ୍କୁଲ୍ସ ପ୍ରେଜେଣ୍ଟ ଇନ୍‌ ବାରଙ୍ଗ ବ୍ଲକ୍‌, କଟକ, ଓଡ଼ିଶା (କଟକ ଜିଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସ୍ମୃତିବର୍ଦ୍ଧକ ଚାରାଗଛ ରୋପଣ ନିମନ୍ତେ ନର୍ସରି ସ୍ଥାପନ) ବିଷୟରେ ସଫଳ ଗବେଷଣାକରି ଏହି କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ଏପରିକି ମିତାଲି ‘କ୍ରିୟା ଶରୀର’ ବିଭାଗର ସହକାରୀ ଅଧ୍ୟାପିକା ଡ. ସୋନମ ଅଗ୍ରୱାଲ ଓ ସୁପ୍ରଭ ‘ଦ୍ରବ୍ୟଗୁଣ’ ବିଭାଗର ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ ଡ. ଗୋପବନ୍ଧୁ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ପାର୍କର ସିସିଆର୍‌ଏଏସ୍‌ ଷ୍ଟୁଡେଣ୍ଟଶିପ୍‌ କାର୍ଯ୍ୟକ୍ରମ ପାଇଁ ଏହି ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ବୋଲି ଶ୍ରୀ ଶ୍ରୀ କଲେଜ ଅଫ୍‌ ଆୟୁର୍ବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ଡିନ୍‌ ଓ ଚିକିତ୍ସା ଅଧୀକ୍ଷକ ପ୍ରଦୀପ କୁମାର ପଣ୍ଡା ବିସ୍ତୃତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri