ଜେଇଇ ଆଡଭାନ୍ସରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ୨୦୨୦ରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଛାତ୍ର ଶିବାଶିଷ ରାଉତ ସର୍ବଭାରତୀୟ ର଼୍ୟାଙ୍କ ୭୩ ହାସଲ କରିଛନ୍ତି। ଏଥିରେ ଚିରାଗ ଫାଲୁର ସର୍ବଭାରତୀୟ ୧ ର଼୍ୟାଙ୍କରେ ରହିଥିବା ବେଳେ ସେ ଆକାଶର ୪ ବର୍ଷିଆ କ୍ଲାସରୁମ ଛାତ୍ର ଅଟନ୍ତି। ସେହିଭଳି ଅନୁଷ୍ଠାନର ଅନିମେସ ସାହୁ ୩୦୧ ର଼୍ୟାଙ୍କ ଏବଂ ୮୫୩ ତମ ସ୍ଥାନରେ ରିତେଶ୍ୱର ରାଜଗୁରୁ ରହିଛନ୍ତି। ଅପରପକ୍ଷରେ ଆୟାଶକାନ୍ତ ମିଶ୍ର, ପ୍ରିତି ନିଲଞ୍ଜନା, ଆଶୁତୋଷ ମିଶ୍ର, ସତାଂଶ ପଟ୍ଟନାୟକ ପ୍ରମୁଖ ର଼୍ୟାଙ୍କରେ ରହି ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏହି ଫଳାଫଳ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଦିଲ୍ଲୀ ଦ୍ୱାରା ଆଜି ଘୋଷଣା କରାଯାଇଛି। ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ୍‌ର ସିଇଓ ଆକାଶ ଚୌଧୁରୀ ଶିବାଶିଷଙ୍କୁ ଏଥି ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଚୌଧୁରୀ କହିଛନ୍ତି ଯେ, ଶିବାଶିଷଙ୍କ ସଫଳତା ଅନୁଷ୍ଠାନ ଲାଗି ଗର୍ବର ବିଷୟ। ଏହି ସଫଳତାର ଶ୍ରେୟ ଆମ ଛାତ୍ରଙ୍କର କଠିନ ପରିଶ୍ରମ, ମାତାପିତାଙ୍କର ସହଯୋଗ, ଏହି ପଥରେ ଯିବା ଲାଗି ମାର୍ଗ ଦେଖାଇଥିବା ଶିକ୍ଷକଙ୍କୁ ଯାଉଛି। ଛାତ୍ରୀଛାତ୍ରଙ୍କୁ ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରାଯାଉଛି। ଫଳରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକାରେ ଛାତ୍ରୀଛାତ୍ର ସଫଳତା ହାସଲ କରୁଛନ୍ତି। ଶିବାଶିଷଙ୍କ ଭବିଷ୍ୟତ ପାଇଁ ସଫଳତା କାମନା କରୁଥିବା ଚୌଧୁରୀ ମତ ରଖିଛନ୍ତି। କଠିନ ପରିଶ୍ରମ ଏବଂ ଆକାଶ ପ୍ରତିଷ୍ଠାନର ସହଯୋଗ ଯୋଗୁ ସଫଳତା ପାଇବାରେ ସହାୟକ ହୋଇଥିବା ଶିବାଶିଷ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନ ଲାଗି ସର୍ବଦା ପଦକ୍ଷେପ ନିଆଯାଉଛି। ବର୍ତ୍ତମାନର ଫଳାଫଳ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଭୁବନେଶ୍ୱର ସେଣ୍ଟରର ନିର୍ଦ୍ଦେଶକ ଅଜୟ ବାହାଦୁର ସିଂ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ସାରା ଦେଶରୁ ଜେଇଇ ୨୦୨୦ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri