ଜେଇଇ ଆଡଭାନ୍ସରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ୨୦୨୦ରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଛାତ୍ର ଶିବାଶିଷ ରାଉତ ସର୍ବଭାରତୀୟ ର଼୍ୟାଙ୍କ ୭୩ ହାସଲ କରିଛନ୍ତି। ଏଥିରେ ଚିରାଗ ଫାଲୁର ସର୍ବଭାରତୀୟ ୧ ର଼୍ୟାଙ୍କରେ ରହିଥିବା ବେଳେ ସେ ଆକାଶର ୪ ବର୍ଷିଆ କ୍ଲାସରୁମ ଛାତ୍ର ଅଟନ୍ତି। ସେହିଭଳି ଅନୁଷ୍ଠାନର ଅନିମେସ ସାହୁ ୩୦୧ ର଼୍ୟାଙ୍କ ଏବଂ ୮୫୩ ତମ ସ୍ଥାନରେ ରିତେଶ୍ୱର ରାଜଗୁରୁ ରହିଛନ୍ତି। ଅପରପକ୍ଷରେ ଆୟାଶକାନ୍ତ ମିଶ୍ର, ପ୍ରିତି ନିଲଞ୍ଜନା, ଆଶୁତୋଷ ମିଶ୍ର, ସତାଂଶ ପଟ୍ଟନାୟକ ପ୍ରମୁଖ ର଼୍ୟାଙ୍କରେ ରହି ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏହି ଫଳାଫଳ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଦିଲ୍ଲୀ ଦ୍ୱାରା ଆଜି ଘୋଷଣା କରାଯାଇଛି। ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ୍‌ର ସିଇଓ ଆକାଶ ଚୌଧୁରୀ ଶିବାଶିଷଙ୍କୁ ଏଥି ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଚୌଧୁରୀ କହିଛନ୍ତି ଯେ, ଶିବାଶିଷଙ୍କ ସଫଳତା ଅନୁଷ୍ଠାନ ଲାଗି ଗର୍ବର ବିଷୟ। ଏହି ସଫଳତାର ଶ୍ରେୟ ଆମ ଛାତ୍ରଙ୍କର କଠିନ ପରିଶ୍ରମ, ମାତାପିତାଙ୍କର ସହଯୋଗ, ଏହି ପଥରେ ଯିବା ଲାଗି ମାର୍ଗ ଦେଖାଇଥିବା ଶିକ୍ଷକଙ୍କୁ ଯାଉଛି। ଛାତ୍ରୀଛାତ୍ରଙ୍କୁ ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରାଯାଉଛି। ଫଳରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକାରେ ଛାତ୍ରୀଛାତ୍ର ସଫଳତା ହାସଲ କରୁଛନ୍ତି। ଶିବାଶିଷଙ୍କ ଭବିଷ୍ୟତ ପାଇଁ ସଫଳତା କାମନା କରୁଥିବା ଚୌଧୁରୀ ମତ ରଖିଛନ୍ତି। କଠିନ ପରିଶ୍ରମ ଏବଂ ଆକାଶ ପ୍ରତିଷ୍ଠାନର ସହଯୋଗ ଯୋଗୁ ସଫଳତା ପାଇବାରେ ସହାୟକ ହୋଇଥିବା ଶିବାଶିଷ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନ ଲାଗି ସର୍ବଦା ପଦକ୍ଷେପ ନିଆଯାଉଛି। ବର୍ତ୍ତମାନର ଫଳାଫଳ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଭୁବନେଶ୍ୱର ସେଣ୍ଟରର ନିର୍ଦ୍ଦେଶକ ଅଜୟ ବାହାଦୁର ସିଂ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ସାରା ଦେଶରୁ ଜେଇଇ ୨୦୨୦ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri