ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଶନିବାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ACF ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଅଛି। ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓମଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ। ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟ ରେ ଲେଖିଥିଲେ।

ପଢ଼ନ୍ତୁ ➡️ ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ

 

ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବିତ କରିଥିବା ବେଳେ ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗରେ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବିତ କରଯାଇଥିବା ଜଣାପଡିଛି ।

Dharitri – Odisha’s No.1 Odia Daily