ଜ୍ୟାକେଟରୁ ଚିହ୍ନଟ ହେଲେ ଅଭିଯୁକ୍ତ

ବାସୁଦେବପୁର,୨୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ମୁଖ୍ୟ ସହରସ୍ଥିତ କଲେଜ ରୋଡ୍‌ରୁ ଗତ ୧୬ ତାରିଖ ରାତିରେ ଚନ୍ଦନ ଜୁଏଲେରୀ ଓ ୱାର୍କସପ୍‌ରୁ ଚୋରି ହୋଇଥିଲା। ସପ୍ତାହ ପରେ ବାସୁଦେବପୁର ପୋଲିସ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଚୋରି କରିଥିବା ବିଦେଇପୁର ଗ୍ରାମର ସତ୍ୟଜିତ ମଲିକ ଓ ଚୋରି ସାମଗ୍ରୀ ରଖିଥିବା ସାନକୃଷ୍ଣପୁର ପଞ୍ଚାୟତର କୋଡ଼ିଏଚେନ ଗ୍ରାମର ନନ୍ଦୁ ଜେନା। ସେମାନଙ୍କଠାରୁ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ଓ ଦୁଇଟି ସୁନାଚେନ, ୧୨ ସୁନା ଲକେଟ ଓ ସୁନା ଚିତା ଜବତ କରାଯାଇଥିବା ଶୁକ୍ରବାର ଅପରାହ୍ନରେ ବାସୁଦେବପୁର ଥାନାରେ ଏକ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି। ଆଇଆଇସି ସାବିତ୍ରୀ ପଣ୍ଡା ଚୋରି ଓ ଚୋରି ସାମଗ୍ରୀ ଉଦ୍ଧାର ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ସୁନା ଦୋକାନ ମାଲିକ ବାପୁନୁ ଖଟୁଆଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ମାମଲା (ନଂ. ୫୮୮/୨୨) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କିଛିମାସ ତଳେ ଏକ ଚୋରି ଘଟଣାରେ ସତ୍ୟଜିତ ଗିରଫ ହୋଇ ଜେଲରେ ଥିବାବେଳେ ସେଠାରେ ନନ୍ଦୁଙ୍କ ସହ ସାକ୍ଷାତ ହୋଇଥିଲା। ନନ୍ଦୁ ନିଜ ପତ୍ନୀ ମୃତ୍ୟୁ ମାମଲାରେ ଜେଲରେ ଥିଲେ। କିଛିଦିନ ପୂର୍ବେ ଉଭୟ ଜେଲରୁ ମୁକୁଳିଥିଲେ। ଗତ ୧୬ ତାରିଖ ରାତିରେ ସତ୍ୟଜିତ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ ଗହଣା ଦୋକାନରୁ ଚୋରି କରି ନନ୍ଦୁଙ୍କ ପାଖରେ ଲୁଚାଇ ରଖିଥିଲେ। ଚୋରିର ଦିନକ ପୂର୍ବରୁ ସତ୍ୟଜିତ ଏକ ଜ୍ୟାକେଟ ପିନ୍ଧି ସୁନା ଦୋକାନକୁ ଯାଇଥିଲେ। ପରଦିନ ଚୋରି ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ସତ୍ୟଜିତ ପିନ୍ଧିଥିବା ଜ୍ୟାକେଟର ୩ଟି ନାଲିଗାରକୁ ପୋଲିସ ଚିହ୍ନଟ କରି ତାଙ୍କ ଘରେ ଚଢ଼ାଉ ପୂର୍ବକ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri