Posted inଜାତୀୟ

ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିଯୁକ୍ତ ସଞ୍ଜୟ, କହିଲେ ମୋର..

କୋଲକାତା,୨୪ା୮: ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍‌ଦା କୋର୍ଟରେ ହାଜର କରାଯାଇଥିଲା।

ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍‌ ପାଇଁ ସମ୍ମତି ଦେଉଛନ୍ତି, ସେତେବେଳେ ସେ ଜୋର୍‌ରେ କାନ୍ଦିବାକୁ ଲାଗିଲେ। ସେ ମାଜିଷ୍ଟ୍ରେଟ୍‌ଙ୍କୁ କହିଛନ୍ତି, ‘ମୁଁ କୌଣସି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ବୋଧହୁଏ ଏକ ପଲିଗ୍ରାଫ ଟେଷ୍ଟ୍‌ କରାଗଲେ ଏହା ସ୍ପଷ୍ଟ ହୋଇଯିବ।

ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ପରୀକ୍ଷା ମଧ୍ୟ କରାଯିବ। ଏହି ମେଶିନ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛି। ପଲିଗ୍ରାଫିକ୍‌ ପରୀକ୍ଷା ପାଇଁ ସିବିଆଇ ସେଟ୍‌ଅପ୍‌ ପ୍ରସ୍ତୁତ କରିଛି। ପଲିଗ୍ରାଫ୍‌ ପରୀକ୍ଷା କେବଳ ସିବିଆଇ କାର୍ଯ୍ୟାଳୟରେ କରାଯିବ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିଏଫ୍‌ଏସ୍‌ଏଲ୍‌ ଟିମ୍‌ର ବିଶେଷଜ୍ଞମାନେ ଗୋଟିଏ ପରେ ଗୋଟିଏ ଏହି ମାମଲାରେ ଥିବା ୬ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ, ପଲିଗ୍ରାଫ ଟେଷ୍ଟ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆଜି କୋଲକାତା ପୋଲିସର ଏସ୍‌ଆଇଟି ଏହାର ରିପୋର୍ଟ ସିବିଆଇକୁ ଦେବ ଯେଉଁଥିରେ ସିବିଆଇ ଏକ ଦୁର୍ନୀତି ମାମଲା ମଧ୍ୟ ପଞ୍ଜୀକୃତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସେ ମୋ ପାଖକୁ ନିଜେ ଇସ୍ତଫା ଦେବାକୁ ଆସିଥିଲେ, ପୋଲିସ କମିଶନରଙ୍କୁ ନେଇ ବଡ କଥା କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ କଥା ସାନମାକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଗତ ସପ୍ତାହରେ କୋଲକାତା ପୋଲିସ କମିଶନର...

ଡାକ୍ତରଙ୍କ ଜିନ୍ସ, ଅନ୍ତବସ୍ତ୍ରକୁ ହଟାଇ ଦିଆଯାଇଥିଲା…, ଆସିଲା କୋଲକାତା ମାମଲାର ବଡ ଅପଡେଟ

ନୂଆଦିଲ୍ଲୀ,୯।୯: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସୁପ୍ରିମକୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଅଭିଯୋଗ ମଧ୍ୟ କରାଯାଇଥିଲା।...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

ଏଏପିର ପ୍ରେସର ପଲିଟିକ୍ସରେ ଫିସିଲା କଂଗ୍ରେସ!

ଚଣ୍ଡିଗଡ଼,୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ସୋମବାର ଏଏପିର ହରିୟାଣା...

ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…

ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍‌ ୯ ତାରିଖରେ ମାସେ ପୂରିଛି।...

କୋଲକାତା ବଳାତ୍କାର ହତ୍ୟା ମାମଲାରେ ସିବିଆଇକୁ କେଉଁ ନୂଆ ରିପୋର୍ଟ ମାଗିଲେ କୋର୍ଟ, ଜାଣନ୍ତୁ କେତେଦିନ ମିଳିଲା ସମୟ

ନୂଆଦିଲ୍ଲୀ,୯।୯: ସୁପ୍ରିମକୋର୍ଟରେ ସୋମବାର କୋଲକାତା ମାମଲାର ଶୁଣାଣି ଚାଲିଛି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ...

ଗିରଫ ହେବେ ମମତା! ହଠାତ୍‌ କାହିଁକି ଉଠିଲା ଏହି ଦାବି

କୋଲକାତା,୯।୯: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ...

ସେ ପପୁ ନୁହଁନ୍ତି…, ପାଖରେ ବସିଥିବା ରାହୁଲଙ୍କୁ ନେଇ କାହିଁକି ଏମିତି କହିଲେ ପିଟ୍ରୋଡା

ଟେକ୍ସାସ,୯।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri