ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ନେଇ ବଧୂର ବାପା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, କୁଆଖିଆ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁର ଚକ୍ରଧର ଦଳାଇଙ୍କ ଝିଅ ମାନସୀ ଦଳାଇ ଗଲଗଲିଶଙ୍ଖ ଗାଁ ର ପରଭା ଦଳାଇଙ୍କ ପୁଅ ନିଧିଆ ଦଳାଇଙ୍କୁ ୫ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରେ କିଛିଦିନ ଭଲରେ ବିତିଥିଲା। ହେଲେ ପରେ ଝିଅକୁ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସିବା ସହ ଯୌତୁକ ମାଗୁଥିଲେ। ବାପାଙ୍କ ପାଖରେ ସମ୍ବଳ ନ ଥିବାରୁ ସେ ତାହା ଦେଇ ପାରୁ ନ ଥିଲେ। ଏହି କ୍ରମରେ ଏବେ ସେ ୫ ମାସ ଗର୍ଭବତୀ ଥିବା ବେଳେ ଗତକାଲି ଶାଶୁଘର ଲୋକେ ତାଙ୍କ ସହ ଝଗଡ଼ା କରିଥିଲେ। ମଙ୍ଗଳବାର ସକାଳେ ସେ ବାପାଙ୍କ ସହ କଥା ହୋଇଥିବା ବେଳେ ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ସେ ପାଇଥିଲେ। ତେବେ ତାଙ୍କ ଗର୍ଭବତୀ ଝିଅଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ନେଇ ମୃତ ବଧୂଙ୍କ ବାପା ଚକ୍ରଧର ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ମୃତଦେହ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭର୍ତ୍ତି କରିଛି। ଅଭିଯୋଗ କ୍ରମେ ପୋଲିସ ଶାଶୁ,ଶ୍ୱଶୁର, ସ୍ବାମୀକୁ ଥାନାକୁ ଆଣି ପଚରାଉଚରା କରୁଥିବା ଥାନା ଅଧିକାରୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily