ମହିଳା ଗୋଡ଼ାଇଲେ ଏବିଡିଓ ଧାଇଁଲେ: ବିବାହ ପ୍ରମାଣ ପତ୍ର ଲାଗି ଲାଞ୍ଚ ମାଗିବା ଅଭିଯୋଗରେ…

ପୁରୁଷୋତ୍ତମପୁର,୧୬ା୯ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତପୁର ବ୍ଲକ୍‌ କାର୍ଯ୍ୟାଳୟ ପରିଷରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଦେଖାଦେଇଛି। ଘଟଣାଟି ଯେତିକି ଉତ୍ତେଜନାପୂର୍ଣ୍ଣ ରହିଥିଲା ସେତିକି କୌତୁହଳ ମଧ୍ୟ ରହିଥିଲା। ଏବିଡିଓ ଚୌକି ଛାଡ଼ି ଧାଉଁଥିବା ବେଳେ ମହିଳାମାନେ ପଛରେ ଗୋଡ଼ାଉଥିବା ଘଟଣା ବ୍ଲକ୍‌ ପରିଷରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା। ଦୀର୍ଘ ଦିନହେଲା ଏବିଡିଓ ନିରାକାର ଜେନାଙ୍କ ବିରୋଧରେ ଲୋକଙ୍କ ମନରେ କୁହିଳୁଥିବା ଅଶୋନ୍ତୋଷର ନିଆଁ ଶେଷରେ ଉଗ୍ରରୁପ ନେଇଛି। ଏବିଡିଓଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ ଆଣି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ବିବାହ ପଞ୍ଜିକରଣ ନିମନ୍ତେ ହିତାଧିକାରୀଙ୍କଠାରୁ ଟଙ୍କା ନେବା ସହ ହିତାଧିକାରୀଙ୍କ କାମ କରୁ ନ ଥିବା ଅଭିଯୋଗ କରି ଶହଶହ ମହିଳା ପୁରୁଷମାନେ ରାଷ୍ଟ୍ରୀୟ ମଜଦୁର କଂଗ୍ରସ ସଭାପତି ଭୋକାଲି ସେଠୀଙ୍କ ନେତୃତ୍ୱରେ ବ୍ଲକ୍‌ ଘେରାଉ କରି ଆନ୍ଦୋଳନ କରିଛନ୍ତି। ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏବିଡିଓଙ୍କ ବିରୋଧରେ ନାରାଦେଇ ପ୍ରତିବାଦର କରିବା ସହ ଏବିଡିଓ ନିରାକାର ଜେନାଙ୍କ କୁଷପୁତଳିକା ଦାହ କରିଛନ୍ତି। ଆନ୍ଦୋଳନ କାରିମାନେ ଅଭିଯୋଗ କରିଛନ୍ତି ଯେ ସେ ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗଦେବା ପରଠାରୁ ବିବାହ ପଞ୍ଜିକରଣ ସାର୍ଟିଫିକେଟ ଲାଗି ୨ ହଜାରରୁ ୪ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି। ବିଡିଓ ଅନୁପସ୍ଥିତି ଯୋଗୁ ଦାଇତ୍ୱରେ ଥିବା ନିଜେ ଏବିଡିଓଙ୍କୁ ସ୍ମାରକପତ୍ର ଦେବାଲାଗି ଲୋକେ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିବା ବେଳେ ଏବିଡିଓ ଉତ୍‌କ୍ଷିପ୍ତ ହୋଇ ଆନ୍ଦୋଳନକାରୀଙ୍କୁ ଏଣେତେଣେ କହିଥିଲେ। ଫଳରେ ହିତାଧିକାରୀ, ରାଷ୍ଟୀୟ ମଜଦୁର କଂଗ୍ରେସକର୍ମୀ ଓ ଏବିଡିଓଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଫଟୋ ଭଡିଓ ଉତ୍ତଳ ନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏବିଡିଓ କେଶ୍‌ କରିବା ନେଇ ଧମକ ଦେଇଥିଲେ। ଏବିଡ଼ିଓ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଉପସ୍ଥିତ ମହିଳା ହିତାଧିକାରୀଙ୍କୁ ଠେଲାପେଲା କରି କାର୍ଯ୍ୟଳୟ ଛାଡ଼ି ବାହାରକୁ ଦୌଡ଼ିଚାଲି ଯାଇଥିବା ବେଳେ ମହିଳାମାନେ ତାଙ୍କୁ ଗୋଡ଼ାଇଥିଲେ। ଏହାର ଖବରପାଇ ବିଡ଼ିଓ ଶରତ କୁମାର ପାତ୍ର ଫୋନ୍‌ ଯୋଗେ ଆନ୍ଦୋଳନକାରିଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାକୁ ନେଇ ଏବିଡିଓ ନିରାକାର ଜେନା କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, କୌଣସି ହିତାଧିକାରୀଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନେଉନାହିଁ। କିଛି ହିତାଧିକାରୀ ଆବଶ୍ୟକୀୟ କାଗଜପତ୍ର ଦାଖଲ ନ କରିଥିବା ଯୋଗୁ ବିବାହ ପଞ୍ଜିକରଣ ହୋଇପାରି ନ ଥିବା ସହ ଉଦ୍ୟସମୂଳକ ଭାବରେ ତାଙ୍କ ବିରୋଧରେ ଲୋକଙ୍କୁ ଆଣି ଏପରି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri