ଭୁବନେଶ୍ୱର,୧ା୧୧: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ ରିକ୍ରିଏସନ୍ କରିଛି ପୋଲିସ। ମୃତକ ଜଣକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନାରୁ ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି ଜଙ୍ଗଲରେ ଅଭିଯୁକ୍ତ ଫିଙ୍ଗି ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି।