ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି:

* ହାତୀ: ଧନ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ହେଉଛି ହାତୀ। ବିଶେଷକରି ପିତ୍ତଳ ଓ ରୁପାର ହାତୀମୂର୍ତ୍ତି ଘର ପାଇଁ ଶୁଭ ହୋଇଥାଏ। ଶୟନକକ୍ଷରେ ପିତ୍ତଳର ହାତୀମୂର୍ତ୍ତି ରଖିଲେ ପତ୍ନୀପତିଙ୍କ ମଧ୍ୟରେ ମତଭେଦ ଦୂରହୁଏ। ଆଉ ରୁପାର ହାତୀମୂର୍ତ୍ତି ରଖିଲେ ରାହୁ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଘୋଡ଼ା: ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଘୋଡ଼ାମୂର୍ତ୍ତି ରଖିବା ଦ୍ୱାରା ବି ପତିପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ। ତା’ଛଡ଼ା ବ୍ୟବସାୟ ହେଉ ଅବା ଚାକିରି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ଘରୁ ନକାରାତ୍ମକ ଊର୍ଜାକୁ ହ୍ରାସ କରି ସକାରାତ୍ମକ ଊର୍ଜାକୁ ବଢ଼ାଇବାରେ ଏହି ମୂର୍ତ୍ତି ବିଶେଷ ସାହାଯ୍ୟ କରିଥାଏ।

* ହଂସ: ଘରର ଡ୍ରଇଂ ରୁମ୍‌ରେ ଯୋଡ଼ି ହଂସଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ। ଏପରିକି ସ୍ବାମୀସ୍ତ୍ରୀଙ୍କ ଭିତରେ ବି ସମ୍ବନ୍ଧ ଦୃଢ଼ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* କଇଁଛ: ଘରର ପୂର୍ବ ଓ ଉତ୍ତର ଦିଗରେ କଇଁଛ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଧନ-ସମୃଦ୍ଧି ସହିତ ଘରର ଉନ୍ନତି ତଥା ପରିବାର ଲୋକଙ୍କ ଆୟୁଷ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ମାଛ: ମାଛର ମୂର୍ତ୍ତିକୁ ସୁସ୍ବାସ୍ଥ୍ୟ, ସୁଖସମୃଦ୍ଧି, ଧନ ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ପିତ୍ତଳ କିମ୍ବା ରୁପାର ମାଛମୂର୍ତ୍ତିକୁ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୭୮ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୮ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri