ମିଳିବ ଆବାସ, କିନ୍ତୁ ପ୍ରୋତ୍ସାହନ ରାଶି ନ ପାଇବା ଆଶଙ୍କା

ତେନ୍ତୁଳିଖୁଣ୍ଟି, ୧।୭(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲାର ହିତାଧିକାରୀ ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇନାହାନ୍ତି। ୨୦୨୩ରେ ତେନ୍ତୁଳିଖୁଣ୍ଟି ବ୍ଲକର ୩୩୩୩ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ଇସ୍ୟୁ କରାଯାଇଛି। କିନ୍ତୁ କାର୍ଯ୍ୟାଦେଶରେ ଉଲ୍ଲେଖ କେତୋଟି ଧାଡ଼ି ହିତାଧିକାରୀଙ୍କୁ ଦ୍ବନ୍ଦ୍ୱରେ ପକାଉଛି। ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇବେ ନା ନାହିଁ ତାହାକୁ ନେଇ ଏବେ ଆଶଙ୍କାରେ।
କାର୍ଯ୍ୟାଦେଶ ମିଳିବାର ୪ମାସରେ କାମ ସାରିଲେ ୨୦ ହଜାର, ୬ମାସ ମଧ୍ୟରେ କାମ ଶେଷ କଲେ ୧୦ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ଉକ୍ତ କାର୍ଯ୍ୟାଦେଶରେ ଉଲ୍ଲେଖ ରହିଛି। କିନ୍ତୁ ସେଥିରେ ଯେଉଁ ପତ୍ରସଂଖ୍ୟା ଓ ତାରିଖ ଉଲ୍ଳେଖ ରହିଛି ତାହାକୁ ବିଚାରକଲେ କେହି ବି ପ୍ରୋତ୍ସାହନ ରାଶି ପାଇବେ ନାହିଁ। ଉକ୍ତ କାର୍ଯ୍ୟାଦେଶରେ ଏପ୍ରିଲ, ମେ ଓ ଜୁନ୍‌ ମାସ ଉଲ୍ଲେଖ ରହିଛି। ଏପ୍ରିଲରୁ ଏହା ମଧ୍ୟରେ ୩ ମାସ ବିତିଗଲାଣି। ସେହି ମାସରେ ଯେଉଁମାନଙ୍କ କାର୍ଯ୍ୟାଦେଶ ଇସ୍ୟୁ ହୋଇଛି ଉକ୍ତ ହିତାଧିକାରୀମାନେ କିପରି ପ୍ରୋତ୍ସାହନ ରାଶି ପାଇବେ ତାହା ଏବେ ବଡ଼ ପ୍ରଶ୍ନ। ଉକ୍ତ କାର୍ଯ୍ୟାଦେଶରେ ବିଡିଓ ମନୋଜ ପାଣିଗ୍ରାହୀଙ୍କ ଦସ୍ତଖତ ରହିଛି। ବିଡିଓ ୨୬ ମେ’ରେ ତେନ୍ତୁଳିଖୁଣ୍ଟରେ ଯୋଗଦେଇଥିବାବେଳେ ଏପ୍ରିଲ ୧୮, ଏପ୍ରିଲ ୧୭ ମେ’ରେ ଇସ୍ୟୁ ହୋଇଥିବା କେତେକ କାର୍ଯ୍ୟାଦେଶରେ ତାଙ୍କ ଦସ୍ତଖତ କିପରି ରହିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।
ପ୍ରକାଶ ଯେ, ଜାନୁୟାରୀ ୧୯ରେ ଚିଠି ନଂ. ୧୧୯୭ରେ ତେନ୍ତୁଳିଖୁଣ୍ଟି ବ୍ଲକ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ବରଗଡ଼ ଜିଲା ପାଇକମାଳକୁ ବଦଳି କରାଯାଇଥିଲା। ଲାଞ୍ଜିଗଡ଼ର ଅତିରିକ୍ତ ତହସିଲଦାର ମନୋଜ ପାଣିଗ୍ରାହୀଙ୍କୁ ତେନ୍ତୁଳିଖୁଣ୍ଟି ବିଡିଓଭାବେ ବଦଳି କରାଯିବା ନେଇ ସରକାରୀ ପତ୍ରରେ ଉଲ୍ଲେଖ ଥିଲା। ଉକ୍ତ ବିଜ୍ଞପ୍ତିର ୪ମାସ ୬ ଦିନ ପରେ ତେନ୍ତୁଳିଖୁଣ୍ଟି ବିଡିଓ ଭାବେ ମନୋଜ ପାଣିଗ୍ରାହୀ ଯୋଗଦେଇଥିଲେ। ତେବେ ୧୭ ଏପ୍ରିଲ ଉଲ୍ଲେଖ ଥିବା ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶରେ ବିଡିଓଙ୍କ ଦସ୍ତଖତ କିପରି ରହିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷାଦିନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବାବଦ ଅର୍ଥ ଆସିଛି । ବର୍ଷାଦିନରେ ଘର କାମ ସରିବ କି ନାହିଁ ତାହା ଦ୍ୱନ୍ଦ୍ୱରେ। ବର୍ତ୍ତମାନ ମୌସୁମୀ ବର୍ଷା ଆସିଗଲାଣି। ବ୍ଲକର ଆବାସ ହିତାଧିକାରୀ ମୁଖ୍ୟତଃ ଚାଷୀ କିମ୍ବା କୃଷକ ଶ୍ରେଣୀର। ଏବେ ସେମାନେ ନିଜ ବେଉସା ଦେଖିବେ କି ଘର କରିବେ ତାହାକୁ ନେଇ ଚିନ୍ତାରେ ହିତାଧିକାରୀ। ଘର କାମ ବାବଦ ଅର୍ଥକୁ ଚାଷକାମରେ ଲଗାଇଦେଲେ ଧାନ କାଟିବା ପରେ ହିଁ ଘର କରିପାରିବେ ବୋଲି କେତେଜଣ ହିତାଧିକାରୀ କହିଛନ୍ତି। କାର୍ଯ୍ୟାଦେଶ ବଣ୍ଟନ ସମୟକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୨୧ -୨୨ ଆର୍ଥିକ ବର୍ଷର ଟଙ୍କା ୨୦୨୩ -୨୪ ଆର୍ଥିକ ବର୍ଷରେ ଛାଡୁ ଥିବାବେଳେ ଜୁନ୍‌ ମାସରେ ଅର୍ଥ ରିଲିଜ ନ କରି ଧାନକଟା ପରେ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି। ବର୍ଷା ଯୋଗୁ ଶ୍ରମିକ ସମସ୍ୟାରେ ଘର ନିର୍ମାଣ କରିବା କଷ୍ଟକର। ଏଣୁ ପ୍ରାୟତଃ ହିତାଧିକାରୀ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେନ୍ତୁଳିଖୁଣ୍ଟି ବ୍ଲକ ଡିପିସି ଉମା ମହେଶ୍ୱରୀଙ୍କୁ ପଚାରିବାରୁ ବ୍ଲକର ୩୩୩୩ ଜଣ ହିତାଧିକାରୀ ଆବାସ ଯୋଜନାର ଲାଭ ପାଇବେ। ପ୍ରଥମ କିସ୍ତି ଅର୍ଥ ବାବଦକୁ ୪୦ ହଜାର ଟଙ୍କା ଛଡ଼ାଯିବ। ଏବେସୁଦ୍ଧା ୨୩୫ଙ୍କୁ ଅର୍ଥ ଛଡ଼ାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି। ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁଦିନ ହିତାଧିକାରୀ ଆବାସ ଗୃହ ପାଇବା ସ୍ବୀକୃତ ହୋଇଥିଲା ସେହି ତାରିଖ କାର୍ଯ୍ୟାଦେଶରେ ରହିଛି। ତତ୍କାଳୀନ ବିଡିଓଙ୍କ ବଦଳି ହୋଇଥିବାରୁ ମୋର ଦସ୍ତଖତ ପଡ଼ିଛି। ହିତାଧିକାରୀଙ୍କ କିଛି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି। ବର୍ଷାଦିନରେ କାର୍ଯ୍ୟାଦେଶ ଦିଆଯାଇଛି, କାମ ଆରମ୍ଭ କରିବା କଷ୍ଟ । ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ବିଳମ୍ବରେ ପାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri