ମିଳିବ ଆବାସ, କିନ୍ତୁ ପ୍ରୋତ୍ସାହନ ରାଶି ନ ପାଇବା ଆଶଙ୍କା

ତେନ୍ତୁଳିଖୁଣ୍ଟି, ୧।୭(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲାର ହିତାଧିକାରୀ ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇନାହାନ୍ତି। ୨୦୨୩ରେ ତେନ୍ତୁଳିଖୁଣ୍ଟି ବ୍ଲକର ୩୩୩୩ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ଇସ୍ୟୁ କରାଯାଇଛି। କିନ୍ତୁ କାର୍ଯ୍ୟାଦେଶରେ ଉଲ୍ଲେଖ କେତୋଟି ଧାଡ଼ି ହିତାଧିକାରୀଙ୍କୁ ଦ୍ବନ୍ଦ୍ୱରେ ପକାଉଛି। ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇବେ ନା ନାହିଁ ତାହାକୁ ନେଇ ଏବେ ଆଶଙ୍କାରେ।
କାର୍ଯ୍ୟାଦେଶ ମିଳିବାର ୪ମାସରେ କାମ ସାରିଲେ ୨୦ ହଜାର, ୬ମାସ ମଧ୍ୟରେ କାମ ଶେଷ କଲେ ୧୦ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ଉକ୍ତ କାର୍ଯ୍ୟାଦେଶରେ ଉଲ୍ଲେଖ ରହିଛି। କିନ୍ତୁ ସେଥିରେ ଯେଉଁ ପତ୍ରସଂଖ୍ୟା ଓ ତାରିଖ ଉଲ୍ଳେଖ ରହିଛି ତାହାକୁ ବିଚାରକଲେ କେହି ବି ପ୍ରୋତ୍ସାହନ ରାଶି ପାଇବେ ନାହିଁ। ଉକ୍ତ କାର୍ଯ୍ୟାଦେଶରେ ଏପ୍ରିଲ, ମେ ଓ ଜୁନ୍‌ ମାସ ଉଲ୍ଲେଖ ରହିଛି। ଏପ୍ରିଲରୁ ଏହା ମଧ୍ୟରେ ୩ ମାସ ବିତିଗଲାଣି। ସେହି ମାସରେ ଯେଉଁମାନଙ୍କ କାର୍ଯ୍ୟାଦେଶ ଇସ୍ୟୁ ହୋଇଛି ଉକ୍ତ ହିତାଧିକାରୀମାନେ କିପରି ପ୍ରୋତ୍ସାହନ ରାଶି ପାଇବେ ତାହା ଏବେ ବଡ଼ ପ୍ରଶ୍ନ। ଉକ୍ତ କାର୍ଯ୍ୟାଦେଶରେ ବିଡିଓ ମନୋଜ ପାଣିଗ୍ରାହୀଙ୍କ ଦସ୍ତଖତ ରହିଛି। ବିଡିଓ ୨୬ ମେ’ରେ ତେନ୍ତୁଳିଖୁଣ୍ଟରେ ଯୋଗଦେଇଥିବାବେଳେ ଏପ୍ରିଲ ୧୮, ଏପ୍ରିଲ ୧୭ ମେ’ରେ ଇସ୍ୟୁ ହୋଇଥିବା କେତେକ କାର୍ଯ୍ୟାଦେଶରେ ତାଙ୍କ ଦସ୍ତଖତ କିପରି ରହିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।
ପ୍ରକାଶ ଯେ, ଜାନୁୟାରୀ ୧୯ରେ ଚିଠି ନଂ. ୧୧୯୭ରେ ତେନ୍ତୁଳିଖୁଣ୍ଟି ବ୍ଲକ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ବରଗଡ଼ ଜିଲା ପାଇକମାଳକୁ ବଦଳି କରାଯାଇଥିଲା। ଲାଞ୍ଜିଗଡ଼ର ଅତିରିକ୍ତ ତହସିଲଦାର ମନୋଜ ପାଣିଗ୍ରାହୀଙ୍କୁ ତେନ୍ତୁଳିଖୁଣ୍ଟି ବିଡିଓଭାବେ ବଦଳି କରାଯିବା ନେଇ ସରକାରୀ ପତ୍ରରେ ଉଲ୍ଲେଖ ଥିଲା। ଉକ୍ତ ବିଜ୍ଞପ୍ତିର ୪ମାସ ୬ ଦିନ ପରେ ତେନ୍ତୁଳିଖୁଣ୍ଟି ବିଡିଓ ଭାବେ ମନୋଜ ପାଣିଗ୍ରାହୀ ଯୋଗଦେଇଥିଲେ। ତେବେ ୧୭ ଏପ୍ରିଲ ଉଲ୍ଲେଖ ଥିବା ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶରେ ବିଡିଓଙ୍କ ଦସ୍ତଖତ କିପରି ରହିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷାଦିନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବାବଦ ଅର୍ଥ ଆସିଛି । ବର୍ଷାଦିନରେ ଘର କାମ ସରିବ କି ନାହିଁ ତାହା ଦ୍ୱନ୍ଦ୍ୱରେ। ବର୍ତ୍ତମାନ ମୌସୁମୀ ବର୍ଷା ଆସିଗଲାଣି। ବ୍ଲକର ଆବାସ ହିତାଧିକାରୀ ମୁଖ୍ୟତଃ ଚାଷୀ କିମ୍ବା କୃଷକ ଶ୍ରେଣୀର। ଏବେ ସେମାନେ ନିଜ ବେଉସା ଦେଖିବେ କି ଘର କରିବେ ତାହାକୁ ନେଇ ଚିନ୍ତାରେ ହିତାଧିକାରୀ। ଘର କାମ ବାବଦ ଅର୍ଥକୁ ଚାଷକାମରେ ଲଗାଇଦେଲେ ଧାନ କାଟିବା ପରେ ହିଁ ଘର କରିପାରିବେ ବୋଲି କେତେଜଣ ହିତାଧିକାରୀ କହିଛନ୍ତି। କାର୍ଯ୍ୟାଦେଶ ବଣ୍ଟନ ସମୟକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୨୧ -୨୨ ଆର୍ଥିକ ବର୍ଷର ଟଙ୍କା ୨୦୨୩ -୨୪ ଆର୍ଥିକ ବର୍ଷରେ ଛାଡୁ ଥିବାବେଳେ ଜୁନ୍‌ ମାସରେ ଅର୍ଥ ରିଲିଜ ନ କରି ଧାନକଟା ପରେ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି। ବର୍ଷା ଯୋଗୁ ଶ୍ରମିକ ସମସ୍ୟାରେ ଘର ନିର୍ମାଣ କରିବା କଷ୍ଟକର। ଏଣୁ ପ୍ରାୟତଃ ହିତାଧିକାରୀ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେନ୍ତୁଳିଖୁଣ୍ଟି ବ୍ଲକ ଡିପିସି ଉମା ମହେଶ୍ୱରୀଙ୍କୁ ପଚାରିବାରୁ ବ୍ଲକର ୩୩୩୩ ଜଣ ହିତାଧିକାରୀ ଆବାସ ଯୋଜନାର ଲାଭ ପାଇବେ। ପ୍ରଥମ କିସ୍ତି ଅର୍ଥ ବାବଦକୁ ୪୦ ହଜାର ଟଙ୍କା ଛଡ଼ାଯିବ। ଏବେସୁଦ୍ଧା ୨୩୫ଙ୍କୁ ଅର୍ଥ ଛଡ଼ାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି। ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁଦିନ ହିତାଧିକାରୀ ଆବାସ ଗୃହ ପାଇବା ସ୍ବୀକୃତ ହୋଇଥିଲା ସେହି ତାରିଖ କାର୍ଯ୍ୟାଦେଶରେ ରହିଛି। ତତ୍କାଳୀନ ବିଡିଓଙ୍କ ବଦଳି ହୋଇଥିବାରୁ ମୋର ଦସ୍ତଖତ ପଡ଼ିଛି। ହିତାଧିକାରୀଙ୍କ କିଛି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି। ବର୍ଷାଦିନରେ କାର୍ଯ୍ୟାଦେଶ ଦିଆଯାଇଛି, କାମ ଆରମ୍ଭ କରିବା କଷ୍ଟ । ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ବିଳମ୍ବରେ ପାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri