ରୋକାଯାଇପାରୁନି ଦୁର୍ଘଟଣା

ଭୁବନେଶ୍ୱର ୨୫।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେଥିରେ ସେତେଟା ସୁଧାର ଆସି ପାରୁନାହିଁ। ସୁପ୍ରିମକୋର୍ଟ ସଡକ ଦୁର୍ଘଟଣା ରୋକିବା ନିମନ୍ତେ କେତେକ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା ପାଳନ କରିବାରେ ସରକାର ଫେଲ୍‌ ମାରୁଛନ୍ତି। କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ସେଠାରେ ଆସି ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ଦ୍ୱାରା ଅନେକ ଜୀବନ ଚାଲିଯାଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୧୯ ଜାନୁୟାରୀରୁ ଜୁନ ମଧ୍ୟରେ ରାଜ୍ୟରେ ମୋଟ ୫୮୦୨ ସଡକ ଦୁର୍ଘଟଣା ହୋଇଥିଲା; ଯେଉଁଠି କି ୨୦୨୦ ଜାନୁୟାରୀରୁ ଜୁନ୍‌ ମାସ ଭିତରେ ମୋଟ ୪୪୦୪ଟି ଦୁର୍ଘଟଣା ହୋଇଛି। ୨୦୨୦ ମାର୍ଚ୍ଚ ୨୫ତାରିଖରୁ କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟରେ ଲକ୍‌ଡାଉନ ଜାରି କରାଯାଇଥିଲା। ସେହି କ୍ରମରେ ଦେଖିଲେ ଏପ୍ରିଲରୁ ଜୁନ ମଧ୍ୟରେ ସେତେଟା ଗାଡି ଚଳାଚଳ ହୋଇନାହିଁ। ଲକ୍‌ଡାଉନ କଟକଣା କଡାକଡି କରିବା ପାଇଁ ସରକାର ସବୁଆଡେ କଡା ପୋଲିସ ବ୍ୟବସ୍ଥା ମଧ୍ୟ ଜାରି କରିଥିଲେ। ତଥାପି ଚଳିତ ବର୍ଷ ଏପ୍ରିଲରୁ ଜୁନ ଶେଷସୁଦ୍ଧା ମୋଟ ୧୫୨୪ଟି ସଡକ ଦୁର୍ଘଟଣା ଘଟିଛି। ସେଥିରୁ ୭୦୭ ଜଣ ପ୍ରାଣ ହରାଇଥିବା ବେଳେ ୪୨୬୮ଜଣ ଗୁରୁତର ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ‘୧୧୨ ନମ୍ବର’ ବ୍ୟବସ୍ଥା ଆରମ୍ଭ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହାକୁ ଇଣ୍ଟିଗ୍ରେଟେଡ୍‌ ଏମରଜେନ୍ସି ରେସ୍‌ପନ୍ସ ସିଷ୍ଟମ ବୋଲି କୁହାଯାଉଛି। ଏହା ଅଧୀନରେ ସ୍ବାସ୍ଥ୍ୟ, ଫାୟାର ଏବଂ ପୋଲିସ ବ୍ୟବସ୍ଥା ସହ ଯୋଡାଯିବ। ଏହି ନମ୍ବରକୁ ଫୋନ କରି ଲୋକମାନେ ନିଜ ସମସ୍ୟା ଜଣାଇଲେ ତାହାକୁ ଲକ୍ଷ୍ୟ କରି ଆମ୍ବୁଲାନ୍ସ, ଫାୟାର ଗାଡି ଏବଂ ପିସିଆର୍‌ ପହଞ୍ଚିବ ବୋଲି ଜଣାପଡିଛି। ହେଲେ ଏଥିଲାଗି ସମୟ ଲାଗିବ ବୋଲି ଜଣାପଡିଛି।
୨୦୧୯ ଏପ୍ରିଲରୁ ଜୁନ ଶେଷସୁଦ୍ଧା ମୋଟ ୨୭୪୨ଟି ଦୁର୍ଘଟଣା ରାଜ୍ୟରେ ଘଟିଛି ଏବଂ ଏହାଦ୍ୱାରା ୧୪୪୦ ଜଣଙ୍କ ଜୀବନ ଯାଇଛି। ତେବେ ଚଳିତ ବର୍ଷ ଲକ୍‌ଡାଉନ ମଧ୍ୟରେ ସବୁ ଗାଡି ମଟର ବନ୍ଦ ଥାଇ ୭୦୦ରୁ ଅଧିକ ଜଣଙ୍କ ଜୀବନ ଯିବାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ୨୦୧୯ରେ ୬୮.୯୮ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ହୋଇଛି। ୯.୫୫ ପ୍ରତିଶତ ଦୁର୍ଘଟଣା ନିଶା ସେବନ କରି ଗାଡି ଚାଳନା, ଭୁଲ୍‌ ଦିଗରେ ଗାଡି ଚାଳନା କରିବା ଯୋଗୁ ୯.୪୦ ପ୍ରତିଶତ, ରେଡ୍‌ ସିଗ୍‌ନାଲ ପାଇଁ ୦.୮୮ ପ୍ରତିଶତ, ମୋବାଇଲ ଫୋନ ବ୍ୟବହାର କରି ଗାଡି ଚଳାଇବା ଯୋଗୁ ୪.୪୫ ପ୍ରତିଶତ ଏବଂ ୬.୬୪ ପ୍ରତିଶତ ଲୋକ ଅନ୍ୟାନ୍ୟ କାରଣରୁ ଦୁର୍ଘଟଣାର ଶିକାର ହୋଇଛନ୍ତି। କିନ୍ତୁ ଏହିସବୁ ଘଟଣା ରୋକିବା ପାଇଁ ସରକାର ଏ ପର୍ଯ୍ୟନ୍ତ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ କାର୍ଯ୍ୟକାରୀ କରିବାରେ ବିଫଳ ହେଉଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟ କମିଟି ୨୦୧୭ରୁ ହାଇଓ୍ବେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇ ନ ପାରିବା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି। ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ୫ଟି ହାଇଓ୍ବେ ଉପରେ ୨୪ଘଣ୍ଟିଆ ପାଟ୍ରୋଲିଂ ପାଇଁ ଯୋଜନା କରିଥିଲେ। ହାଇଓ୍ବେ ପାଟ୍ରୋଲିଂ ଲାଗି ଆବଶ୍ୟକ ଯନ୍ତ୍ରପାତି ତଥା ଗାଡି କିଣିବା ସକାଶେ ପରିବହନ ବିଭାଗର ସଡକ ସୁରକ୍ଷା ପାଣ୍ଠିରୁ ଗୃହ ବିଭାଗକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଦୀର୍ଘଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ପଡି ରହିବା ସତ୍ତ୍ୱେ ଏହାକୁ ବ୍ୟବହାର କରାଗଲା ନାହିଁ। ଏହାପରେ ଆବଶ୍ୟକ ପୋଲିସ କର୍ମଚାରୀ ନ ଥିବା ଯୋଗୁ ପ୍ରଥମେ ଏକ ବୈଠକ ବସି ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ ପାଇଁ ନିଷ୍ଫତ୍ତି ହେଲା। ହେଲେ ଏନେଇ ବିଜ୍ଞପ୍ତି ବାହାରିବା ପରେ ମଧ୍ୟ କୌଣସି ଅବସରପ୍ରାପ୍ତ ଅଧିକାରୀ ଏଥିପାଇଁ ଆବେଦନ କଲେନାହିଁ। ଏହାପରେ ଗତ ୨ ମାସ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏସବୁ ବାବଦରେ ଆଲୋଚନା କରାଗଲା। ବୈଠକରେ ହାଇଓ୍ବେ ପାଟ୍ରୋଲିଂ ପାଇଁ ଭଡା ଗାଡି ନେବା ଲାଗି ନିଷ୍ପତ୍ତି ହେଲା। ହେଲେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ କୌଣସି ଗାଡି ମାଲିକ ୨୦ ହଜାର ଟଙ୍କାରେ ରାଜି ହେଲେନି। ଏହାପରେ ଗୋଟେ ଗାଡି ପିଛା ମାସକୁ ୭୨ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍ୟପଟେ ସେନାରେ ଚାକିରି କରି ଅବସରପ୍ରାପ୍ତ ମିଲିଟାରି ଅଧିକାରୀଙ୍କୁ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ କରିବା ଉପରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତେବେ ୨୦୧୭ରୁ ନିଷ୍ପତ୍ତି ହୋଇ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନା ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଦୁଇଦିନ ତଳେ ପାଟ୍ରୋଲିଂ ପାଇଁ ଷ୍ଟାଫ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ଗାଡି ମଧ୍ୟ ଭଡାରେ ନେଇ ନିଯୋଜିତ କରାଯିବ। କରୋନା ଯୋଗୁ ଏସବୁଥିରେ ବିଳମ୍ବ ହୋଇଛି। ୧୧୨ ବ୍ୟବସ୍ଥା କେନ୍ଦ୍ରର ଯୋଜନା। ଏହା ଲାଗୁ କରିବା ପାଇଁ ଆହୁରି ସମୟ ଲାଗିବ ବୋଲି ସୌମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri