ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା

ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା ଘଟଛି । ଶ୍ବାସରୁଦ୍ଧ ହୋଇ ୩ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକମାନେ ହେଲେ ଗଗନଧୂଳି ଗ୍ରାମର ବାବାଜୀ ମାଝୀ(୪୩), ହରେକୃଷ୍ଣ ଦାସ ଏବଂ ବଡଜୟିପୁର ତେନ୍ତୁଳିଆ ଗ୍ରାମର ନରହରି ବେହେରା(୫୮)। ନରହରି ଏବଂ ବାବାଜୀ ହରେକୃଷ୍ଣଙ୍କ ସହ ମିଶି ହରେକୃଷ୍ଣଙ୍କ ପାଇଖାନା ଟାଙ୍କିରେ ସେଣ୍ଟରିଂ ଖୋଲୁଥିବା ବେଳେ ହଠାତ ଶ୍ବାସରୁଦ୍ଧ ହୋଇ ପଡିବାରୁ ସଜ୍ଞାହୀନ ହୋଇ ପଡିଥିଲେ। ନରହରିଙ୍କୁ ବାରାପୁର ଗ୍ରାମର ଏକଘରୋଇ କ୍ଲିନିକ, ବାବାଜୀ ଏବଂ ହରେକୃଷ୍ଣଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସମସ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।