ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍ନିକ୍ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମାପଡ଼ା ଅଞ୍ଚଳର ଏକ ଗାଡ଼ିରେ ୧୩ ଜଣ ମିଶି କୋରାପୁଟ ପିକ୍ନିକ୍ କରି ନିଜ ଅଞ୍ଚଳକୁ ଫେରୁଥିବା ବେଳେ ଆଜି ଭୋର୍ ସମୟରେ ଗାଡ଼ି ଚାଳକର ଆଖି ପଡ଼ିଯିବାରୁ ଜାତୀୟ ରାଜପଥକୁ ଧକ୍କା ଦେଇଥିଲା। ଗାଡ଼ିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କେହି ବି ଆହତ ହୋଇନାହାନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।