ବାରିପଦା,୧୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମାଲ ବୋଝେଇ ଡାଲା ଅଟୋକୁ ପଛପଟୁ ଧକ୍କା ଦେବାରୁ ଅଟୋରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁଘଟିଛି। ଦୁଇଜଣଙ୍କୁ ଗୁରୁତର ହୋଇ ବାରିପଦା ପିଆର୍ଏମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଉଭୟ ଗାଡ଼ି ବାରିପଦାରୁ ବେତନଟି ଅଭିମୁଖେ ଯାଉଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ସ୍କର୍ପିଓ ଅଟୋକୁ ଧକ୍କା ଦେଇଥିଲା। ମୃତକର ପରିଚୟ ମିଳିପାରିନ ଥିବା ବେଳେ ସଦର ଥାନା ପୋଲିସ ପହଞ୍ଚିି ଘଟଣାର ତଦନ୍ତ କରୁଛି ।