ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର ଜିଲା ଉମରକୋଟରେ ଏକ ବ୍ରତ କାର୍ଯ୍ୟ ସାରି ନିଜ ଘର କୋରାପୁଟକୁ ଫେରୁଥିବା ସମୟରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଗୋଟେ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କେରାପୁଟ ବଡ ମେଡିକାଲରେ ଚିକିତ୍ସା ହେଉଛନ୍ତି। ମୃତଙ୍କ ମଧ୍ୟରୁ  ସମ୍ପର୍କରେ ଦୁଇ ଜଣ ଭାଇ ଥିବା ବେଳେ ଜଣେ ଭଣଜା ଓ ଅନ୍ୟ ଜଣେ ନାତି ଅଛନ୍ତି। କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ, ମାତ୍ର  ବିଧିର ବିଧାନ ଥିଲା ବଡ ବିଚିତ୍ର। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ।
କୋରାପୁଟ ସୁନାବେଢ଼ାଠାରୁ ସମ୍ପର୍କୀୟମାନେ ମିଶି ଗାଡି ନମ୍ବର OD10 AC 9416ରେ ନବରଙ୍ଗପୁର ଜିଲା ଝରୀଗାଁ ଚିତାବେଢା ଗ୍ରାମକୁ ଭୋଜି ଖାଇ ଯାଇଥିଲେ । ସମସ୍ତେ ଭାରତମାଳା 130 CD ଜାତୀୟ ରାଜପଥରେ ଫେରୁଥିବା ବେଳେ ଉମରକୋଟ ବଡ଼କୁମାରୀ ନିକଟରେ ବିପରୀତ ଦିଗରୁ କଳାହାଣ୍ଡି ମୋଟେରୁରୁ ରାଇଘର ହଳଦୀ ଗ୍ରାମକୁ ବରଯାତ୍ରୀ ଯାଉଥିବା କାର OD08 S 8026 ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୋଟେରୁ  ରାଇଘର ଯାଉଥିବା ଗାଡି ଟ୍ରାଫିକ ନିୟମ ଭାଙ୍ଗି ରଙ୍ଗ ରୁଟ୍‌ରେ ଆସୁଥିବା ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତିି କରିଥିଲେ।
ଆଶୁତୋଷ ରଥ (୧୦), ଅରୁଣ ପଣ୍ଡା, ସୁବ୍ରତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆହତ ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା, ଗଜାନନ ଦାସ(୩୧), ଜିତେନ୍ଦ୍ର ସରାପ (୩୬ )ସ୍ବସ୍ତିକ କୋରାପ (୩୬) ଗୁରୁତର ହୋଇଥିଲେ।  ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡାଙ୍କୁ କୋରାପୁଟ ରେଫେର କରାଯାଇ ଥିବା ବେଳେ ସେଠାରେ ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ଆଶୁତୋଷ ଓ ଅରୁଣ ପଣ୍ଡା ସମ୍ପର୍କରେ ଅଜା ନାତି ଅଟନ୍ତି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।
ଅନ୍ୟ ଜଣେ ଗୁରୁତର ମୃତ  ବଂଶୀଧର ପଣ୍ଡାଙ୍କ ପୁଅ ଗୁରୁତର ଅବସ୍ଥାରେ କେରାପୁଟ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ମୃତଙ୍କ ମଧ୍ୟରୁ  ସମ୍ପର୍କରେ ଦୁଇ ଜଣ ଭାଇ ଥିବା ବେଳେ ଜଣେ ଭଣଜା ଓ ଅନ୍ୟ ଜଣେ ନାତି ଅଟନ୍ତି। ମୃତଦେହ ବ୍ୟବଚ୍ଛେଦ ଉମରକୋଟ ମେଡିକାଲରେ ହେଲା ବାସଭବନକୁ ନିଆଯାଇଛି। କୋରାପୁଟ ବାସଭବନରେ ପହଞ୍ଚିଲା ପରେ କୋରାପୁଟ ଶ୍ମଶାନର ସମସ୍ତଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ଭୋଜି ଖାଇବାକୁ ଯାଇଥିଲେ ହେଲେ ମୃତଦେହ ହୋଇ  ଫେରିଲେ।  ତାହା ବି ଗୋଟିଏ ପରିବାର ର ଚାରୋଟି ସଦସ୍ୟ।
Dharitri – Odisha’s No.1 Odia Daily

Share