କାମସାରି ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଗଲା ଜୀବନ 

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ପେଟ୍ରୋଲ ପମ୍ପ  ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ବାହାଦୂର ପଦର ଗ୍ରାମର ନେପାଳ ପୋଢ଼  (୨୪)।
ନେପାଳ କେସିଙ୍ଗା ସହରରୁ କାମ ସାରି ନିଜ ଘର ବାହାଦୂର ପିଟା ଗ୍ରାମକୁ ସୋମବାର ସନ୍ଧ୍ୟାରେ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ପିକ୍‌ଅପ୍‌  ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଜଣା ଗାଡଟିି ଫେରାର ହୋଇଛି।
 ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ମୃତକଙ୍କ ପରିବାର ପକ୍ଷରୁ ଜାତୀୟ ରାଜପଥ ୨୬କୁ ଅବରୋଧକରାଯାଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।
Dharitri – Odisha’s No.1 Odia Daily