ଆନନ୍ଦପୁର,୧୩।୧(ସୁଶାନ୍ତ କୁମାର ସାହୁ): ୨୦ ନଂ ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମତ୍ୟୁ ଘଟିଛି। ମୃତ ମହିଳା (ଝରଣା ସାହୁ )ଙ୍କ ଘର ଯାଜପୁର ଜିଲା ପାଣିକୋଇଲି ବଡ଼ଚଣା ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସେ ତାଙ୍କ ପୁଅ ସହ ବାଇକ୍ରେ ଆସି ମା ତାରିଣୀଙ୍କ ଦର୍ଶନ ସାରି ଫେରୁଥିଲେ। ହଟାତ୍ ବାଇକରୁ ଖସି ପଡ଼ିଯିବା ପରେ ପଛପଟୁ ଆସୁଥିବା ଏକ ଟ୍ରକଟି ଚଢ଼ି ଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ସାଇଁକୂଳ ଫାଣ୍ଡି କର୍ମଚାରୀ ସୁରେଶ କୁମାର ମାଝୀ ପହଞ୍ଚି ଟ୍ରକ ଟିକୁ ଜବଦ କରି ରାମଚନ୍ଦ୍ର ପୁର ପୋଲିସକୁ ଜିମା ଦେଇଥିବା ବେଳେ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।


