ଖୋର୍ଦ୍ଧା,୧୩।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ଆଇଆଇଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ସ୍କୁଟି ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ମୃତକ ହେଲେ ପିଏଚଡି ଛାତ୍ର ଶଙ୍ଖ ଶୁଭ୍ର ଚକ୍ରବର୍ତ୍ତୀ । ସାଙ୍ଗରେ ଥିବା ଶକ୍ତି ଶ୍ରୀବାସ୍ତବ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ତେବେ ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତିର ବୋଲି ଜଣାପଡିଛି । ହେଲେ କେଉଁ ପରିସ୍ଥିତିରେ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।