ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ମଧ୍ୟକୁ ଖସି ପଡିଥିଲେ ଜଣେ ଯାତ୍ରୀ। ବହୁ ସମୟ ନିଖୋଜ ପରେ ପାଣିରେ ତାଙ୍କର ଟୋପି ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା। ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ତାହା ଆଦୌ ଦେଖିବାକୁ ମିଳେନାହିଁ। ଭସାପୋଲର ଆଗ ପଛ ମୁକୁଳା ପଡ଼ିଥିବା ବେଳେ ଯାତ୍ରୀଙ୍କୁ ନ ଯିବା ପାଇଁ କୌଣସି କଟକଣା କରାଯାଉନାହିଁ। ଯାହାଦ୍ୱାରା ଯାତ୍ରୀ ଜଣକ ପାଣି ମଧ୍ୟକୁ ଖସି ପଡ଼ିଥିଲେ ମଧ୍ୟ କେହି ଦେଖି ପାରିନାହାନ୍ତି। ଘନ କୁହୁଡି ଏ ବିପଦ ଘଟାଇ ପାରିଥିବା ସନ୍ଦେହ ହେଉଛି। ବହୁ ସମୟ ଖୋଜାଖୋଜି କରିବା ପରେ ନିଖୋଜ ଯାତ୍ରୀଙ୍କ ମୃତଦେହ ମିଳିଛି। ତେବେ ଚିଲିକା ଉର୍ଣ୍ଣୟନ ବିଭାଗର ଭସାପୋଲରୁ ଖସି ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ କୌଣସି ଚିନ୍ତା ନାହିଁ। ସାଧାରଣ ଲୋକ ମୃତଦେହକୁ ଉଦ୍ଧାର କରିଥିବା ବେଳେ ସାତପଡ଼ା ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏନେଇ ସାତପଡ଼ା ଚିଲିକା ଉର୍ନୟନ କତୃପକ୍ଷଙ୍କ କୌଣସି ମତାମତ ମିଳିପାରିନାହିଁ।

Dharitri – The Largest & Most Trusted Odia Daily

 

Share