ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଧୁ ନୂଆପଲ୍ଲୀ ଗ୍ରାମର ରଘୁ ସ୍ବାଇଁ ଓ ଆହତ ଜଣକ ଉକ୍ତ ଗ୍ରାମର ଜିତେନ୍ଦ୍ର ବିଶ୍ୱାଳ ବୋଲି ସୂଚନା ମିଳିଛି । ଦୁହେଁ ଏକ ବାଇକ୍ ଯୋଗେ ବ୍ରହ୍ମପୁରରୁ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ଛତ୍ରପୁର କଲେଜ ଛକଠାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଯାହା ଫଳରେ ଦୁହେଁ ରାସ୍ତାରେ ଛିଟିକି ପଡ଼ିଥିଲେ। ଖବର ପାଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଓ ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ଛତ୍ରପୁର ଥାନାର ବହୁ ପୋଲିସ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏହାସହ ଛତ୍ରପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛିି।