ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ କୃଷ୍ଟ ପାତ୍ର ଆହତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳବାସୀ ଗୋପାଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆସିକା ନିକଟସ୍ଥ ମୁଣ୍ଡମରାଇ କେଶପୂରଶାସନ ଗ୍ରାମବାସୀ ଗୋପାଳ ଡାଲା ଅଟୋରେ ଗାଁ କୁ ଗାଁ ବୁଲି ପିଆଜ, ରସୁଣ, ଆଳୁ ବ୍ୟବସାୟ କରନ୍ତି। ଏଥିସହ ରୋଷେଇ କାର୍ଯ୍ୟ ମଧ୍ୟ କରନ୍ତି। ସଂକ୍ରାନ୍ତି ଥିବା ଯୋଗୁ ଗୋପାଳ ରାତିରୁ ଗାଁ ରୁ ଜିନିଷ ନିଜ ଅଟୋରେ ଧରି ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଅଭିମୁଖେ ଆସୁଥିଲେ। ଭେରାରୁ ଗୋପାଳଙ୍କ ଆଖି ଲାଗିଯିବାରୁ ବଡକୋଦଣ୍ଡା ଛକ ନିକଟରେ ଘର ସମ୍ମୁଖରେ
ଥିବା ବାବୁଲି ଗୌଡଙ୍କ କାର ପଛରେ ଅଟୋ ଧକ୍କା କରିଥିଲା। ଫଳରେ ଅଟୋ ଏବଂ କାର ଗାଡି ଉଭୟ ବିଶେଷ କ୍ଷତି ହୋଇଛି। ଭଞ୍ଜନଗର ପୋଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Dharitri – Odisha’s No.1 Odia Daily