ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି: ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ଭଉଣୀକୁ ଆଣିବାକୁ ଯାଇ….

ନୀଳଗିରି, ୨୫।୬:(ପ୍ରଶାନ୍ତ କୁମାର ବିଶ୍ବାଳ): ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି । ଶେଷ ହୋଇଥିଲା ସବୁ ପ୍ରସ୍ତୁତି, ବାହାଘର ପାଇଁ ଭଉଣୀଙ୍କୁ ଆଣିବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ବରଙ୍କ ଜୀବନ। ବାଲେଶ୍ବର ଜିଲା ନୀଳଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା । । ୧୯ ନମ୍ବର ରାଜ୍ୟ ରାଜପଥ ବାଲିଗୋହିରିଠାରେ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଡମ୍ପର୍‌ । ଘଟଣାସ୍ଥଳରେ ହରେକୃଷ୍ଣ ମହାଳିକଙ୍କର ମୃତ୍ୟୁ ହୋଇଥିବାବେଳେ ପୁତୁରା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବାଲିଗୋହିର ଛକ ନିକଟରେ କ୍ଷତିପୂରଣ ଦାବିରେ ରାସ୍ତା ରୋକ ହୋଇଛି। ଦାବି ପୂରଣ ନ ହେଲେ ରାସ୍ତାରୋକ ହଟିବ ନାହିଁ ବୋଲୀ ଲୋକେ ଚେତାବନୀ ଦେଇଛନ୍ତି।
ପୋଲିସ ଡମ୍ପରକୁ ଜବତ କରି ତଦନ୍ତ କରୁଛି । ମାତ୍ର ଦିନକ ପରେ ହୋଇଥାନ୍ତା ବିବାହ। ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବାର।