ଆନନ୍ଦପୁର୨୮।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି ବଉଳା ରାସ୍ତାର ବୈଦାଖିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।
ସୂଚନା ଅନୁସାରେ, ଭୂବନେଶ୍ବରରୁ ବଉଳା ଯାଉଥିବା ଶ୍ରୀଲକ୍ଷ୍ମୀ ନମକ ବସ୍ ସନ୍ଧ୍ୟା ସମୟରେ ଛେନାପଦି ଛକରେ ପହଞ୍ଚିଥିଲା। ଚାଳକ ନିଶାଶକ୍ତ ହୋଇ ବସ୍ ଚଳାଉ ଥିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣି ପାଟିତୁଣ୍ଡ କରି ଛେନାପଦି ଛକରେ ବସରୁ ଓହ୍ଲାଇ ପଡ଼ିଥିଲେ। ବସ୍ ଚାଳକ ଜଣକ ବସ୍ କୁ ନେଇ ବଉଳା ଅଭିମୁଖେ ଯାଉଥିବା ବେଳେ ମାତ୍ର ତିନି କିଲୋମିଟର ଯିବାପରେ ରାସ୍ତା କଡ଼ରେ ବସ୍ଟି ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଯାତ୍ରୀମାନେ ପୂର୍ବ ଷ୍ଟପେଜରୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି। ଖବରପାଇ ସୋସୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Dharitri – Odisha’s No.1 Odia Daily