ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ ଜଣେ ମହିଳାଙ୍କ ମୃତ୍ୟୁଘଟିଛି । ତାଙ୍କ ଘର ସ୍ଥାନୀୟ କାଞ୍ଚପଡା ପଞ୍ଚାୟତ ଅଧୀନ ଜଗନ୍ନାଥପୁର ଅଞ୍ଚଳରେ ଓ ସେ ମଧୁସୂଦନଙ୍କ ସ୍ତ୍ରୀ ଅଟନ୍ତି । ରତ୍ନମଣୀ ନିଜର ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା । ଏହି ଅଟୋରେ ଥିବା ଅନ୍ୟ ତିନି ଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି ।

