ଭଞ୍ଜନଗର,୮।୫(ବାବୁଲା ପ୍ରଧାନ)- ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଭଞ୍ଜନଗର ଏବଂ ଜି ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ ଟ୍ୟାଙ୍କର ଫୁଲବାଣୀରୁ ଭଞ୍ଜନଗର ଦେଇ ଯିବାର ଥିଲା। ହେଲେ କଳିଙ୍ଗା ଘାଟିରେ ଟ୍ୟାଙ୍କର ଚାଳକ ଭାରସାମ୍ୟ ହରାଇବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତାରେ ଯାଉଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଥିଲେ।


