ପଟ୍ଟାଙ୍ଗି,୨୪।୧୦(ଶରତ ଧଳ)ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ
ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହୃଷି ପାଣିଗ୍ରାହୀ ଫାର୍ମ ନିକଟସ୍ଥ ଯଥା ଜାତୀୟ ରାଜପଥ ଉପରେ । ସୂଚନା ମୁତାବକ ଦଶହରା ପର୍ବ ଉପଲକ୍ଷେ କୁନ୍ଦୁଲି ହାଟପଦା ରେ ହେଉଥିବା ଦଶମୀ ପୂଜା ଯଥା ଦଶହରା ପୂଜାର ଶେଷ ଦିନ ଉକ୍ତ ଅଞ୍ଚଳରେ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେଉଥିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଶେମିଳିଗୁଡା ବ୍ଲକ ର ଉପରକାଣ୍ଟି ପଞ୍ଚାୟତ ର ବଡମଞ୍ଜରୀ ଗ୍ରାମର ମୋହନ ଖିଲ ଙ୍କ ଘଟଣା ସ୍ଥଳେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଯଥା ସ୍ଥାନୀୟ ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତ ର ପୁଟାପାଡୁ ଗ୍ରାମର ଦୁଇ ଯୁବକ ଯଥା ଚପାଡି ଆପାରାଓ ଏବଂ ଜାନି ସୋମନାଥ ଙ୍କ ସମେତ ବୁଡାମାଉଡି ଗ୍ରାମର ଇଲୋ ତାଡିଙ୍ଗି ପ୍ରମୁଖ ତିନି ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ପଟ୍ଟାଙ୍ଗି ସୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ସ୍ଥାନୀୟ ସୱାସ୍ଥ୍ୟ କେନ୍ଦ୍ର ର ସୂଚନା କ୍ରମେ ଜଣାପଡ଼ିଛି । ଖବର ପାଇଁ ଥାନାଧିକାରୀ ଚତ୍ରୁଭୁଜ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳେ ଏସ ଆଇ ପରିଡ଼ା ଓ ଏ ଏସ ଆଇ ଦୋରା ପହଞ୍ଚି ମୃତ ଦେହ ଜବତ କରି ସ୍ଥାନୀୟ ସୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉକି ଦୁର୍ଘଟଣା ରେ ମୃତ ଯୁବକ ଏବଂ ଅନ୍ୟ ଆହତ ଯୁବକ ମାନଙ୍କ ବୟସ ୧୮ ବର୍ଷ ରୁ କମ ହୋଇ ଥିବା ବେଳେ ମୋଟର
ସାଇକେଲ ନଂ AP39 MF 7962 ଓ ଅନ୍ୟ ଏକ ମୋଟର ସାଇକେଲ ନଂ OD10G 7510 ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବିଳମ୍ବିତ ରାତି ତଥା ଦୁର୍ଘଟଣା ସ୍ଥଳଟି ଅନ୍ଦାର ହୋଇ ଥିବାରୁ ମୃତ ଯୁବକ କେଉଁ ମୋଟର ସାଇକେଲ ର ଜଣାପଡିନାହିଁ ।
Posted inHome, Home Left, ଆମ ଜିଲା ଖବର, କୋରାପୁଟ View All
୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…
ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍ ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…
ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍ବ କର୍ମୀ, ସ୍ବାଗତ କଲେ…
ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…
ମାଙ୍କଡ଼ ମାରି ଇନ୍ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…
ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…
କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…
West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି
ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…
ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ
ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…
ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…
ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…
RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…
ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…
Archives

