ପଟ୍ଟାଙ୍ଗି,୨୪।୧୦(ଶରତ ଧଳ)ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ
ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହୃଷି ପାଣିଗ୍ରାହୀ ଫାର୍ମ ନିକଟସ୍ଥ ଯଥା ଜାତୀୟ ରାଜପଥ ଉପରେ । ସୂଚନା ମୁତାବକ ଦଶହରା ପର୍ବ ଉପଲକ୍ଷେ କୁନ୍ଦୁଲି ହାଟପଦା ରେ ହେଉଥିବା ଦଶମୀ ପୂଜା ଯଥା ଦଶହରା ପୂଜାର ଶେଷ ଦିନ ଉକ୍ତ ଅଞ୍ଚଳରେ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେଉଥିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଶେମିଳିଗୁଡା ବ୍ଲକ ର ଉପରକାଣ୍ଟି ପଞ୍ଚାୟତ ର ବଡମଞ୍ଜରୀ ଗ୍ରାମର ମୋହନ ଖିଲ ଙ୍କ ଘଟଣା ସ୍ଥଳେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଯଥା ସ୍ଥାନୀୟ ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତ ର ପୁଟାପାଡୁ ଗ୍ରାମର ଦୁଇ ଯୁବକ ଯଥା ଚପାଡି ଆପାରାଓ ଏବଂ ଜାନି ସୋମନାଥ ଙ୍କ ସମେତ ବୁଡାମାଉଡି ଗ୍ରାମର ଇଲୋ ତାଡିଙ୍ଗି ପ୍ରମୁଖ ତିନି ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ପଟ୍ଟାଙ୍ଗି ସୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ସ୍ଥାନୀୟ ସୱାସ୍ଥ୍ୟ କେନ୍ଦ୍ର ର ସୂଚନା କ୍ରମେ ଜଣାପଡ଼ିଛି । ଖବର ପାଇଁ ଥାନାଧିକାରୀ ଚତ୍ରୁଭୁଜ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳେ ଏସ ଆଇ ପରିଡ଼ା ଓ ଏ ଏସ ଆଇ ଦୋରା ପହଞ୍ଚି ମୃତ ଦେହ ଜବତ କରି ସ୍ଥାନୀୟ ସୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉକି ଦୁର୍ଘଟଣା ରେ ମୃତ ଯୁବକ ଏବଂ ଅନ୍ୟ ଆହତ ଯୁବକ ମାନଙ୍କ ବୟସ ୧୮ ବର୍ଷ ରୁ କମ ହୋଇ ଥିବା ବେଳେ ମୋଟର
ସାଇକେଲ ନଂ AP39 MF 7962 ଓ ଅନ୍ୟ ଏକ ମୋଟର ସାଇକେଲ ନଂ OD10G 7510 ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବିଳମ୍ବିତ ରାତି ତଥା ଦୁର୍ଘଟଣା ସ୍ଥଳଟି ଅନ୍ଦାର ହୋଇ ଥିବାରୁ ମୃତ ଯୁବକ କେଉଁ ମୋଟର ସାଇକେଲ ର ଜଣାପଡିନାହିଁ ।
Posted inHome, Home Left, ଆମ ଜିଲା ଖବର, କୋରାପୁଟ View All
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
Archives


