Posted inଜାତୀୟ

କେଜରିଓ୍ବାଲଙ୍କୁ ୫ ପ୍ରଶ୍ନ ପଚାରିଲା ACB

ନୂଆଦିଲ୍ଲୀ,୭।୨: ଆମ ଆଦମୀ ପାର୍ଟି ବିଧାୟକଙ୍କ ଘୋଡା ବେପାର ଅଭିଯୋଗକୁ ନେଇ ଦିଲ୍ଲୀ ରାଜନୀତି ଉଷ୍ମ। ଭାଜପା ଅଭିଯୋଗ କରିବା ପରେ, ଏଲଜି ବିନୟ କୁମାର ସକ୍ସେନା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ, ଏସିବି ବା ଆଣ୍ଟିକରପଶନ ବ୍ୟୁରୋ ଅଧିକାରୀମାନେ ଅରବିନ୍ଦ କେଜରିୱାଲଙ୍କ ଘରେ ଆସି ବସିଥିଲେ। ତାଙ୍କୁ ପ୍ରଶ୍ନ ପଚାରିଥିଲେ। ତାଙ୍କୁ ପଚରାଗଲା ଯେ ତୁମେ ଯେଉଁ ଅଭିଯୋଗ ଆଣିଛ ତା’ ପଛରେ କ’ଣ ପ୍ରମାଣ ଅଛି? କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ଯେ ଏସିବି ଟିମ ଏତେ ସମୟ ଧରି ଅରବିନ୍ଦ କେଜରିୱାଲଙ୍କ ଘରେ କାହିଁକି ଅଛି ଏବଂ କ’ଣ କରୁଛି? ଆମ ଆଦମୀ ପାର୍ଟିର ଆଇନଗତ ମୁଖ୍ୟ ସଞ୍ଜୀବ ନାସିଆର ଏ ବିଷୟରେ କିଛି ସୂଚନା ଦେଇଛନ୍ତି। ସେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଛନ୍ତି।
ଆମ ଆଦମୀ ପାର୍ଟିର ଆଇନଗତ ମୁଖ୍ୟ ସଞ୍ଜୀବ ନାସିଆର କହିଛନ୍ତି, ଏହା ବହୁତ ଆଶ୍ଚର୍ଯ୍ୟଜନକ। ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଧିକାରୀମାନେ ଗତ କିଛି ଘଣ୍ଟା ଧରି ସେଠାରେ ବସିଥିଲେ। ତାଙ୍କ ପାଖରେ କୌଣସି କାଗଜପତ୍ର କିମ୍ବା ନିର୍ଦ୍ଦେଶ ନଥିଲା। ସେ ଫୋନରେ କାହା ସହିତ ଲଗାତାର କଥା ହେଉଥିଲେ। ଆମେ ସେମାନଙ୍କୁ ତଦନ୍ତ ପାଇଁ ନୋଟିସ ମାଗିଥିଲୁ କିନ୍ତୁ ସେମାନଙ୍କ ପାଖରେ କିଛି ନଥିଲା।

କେଜ୍ରିୱାଲଙ୍କୁ ଏସିବିର ପ୍ରଶ
* ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କିଏ ପ୍ରକାଶ କରିଥିଲା।
* କେଉଁ ୧୬ ଜଣ ପ୍ରାର୍ଥୀଙ୍କୁ ଟଙ୍କା ପ୍ରସ୍ତାବ ଦିଆଯାଇଥିଲା।
* ପ୍ରସ୍ତାବ ଦେଇଥିବା ଲୋକଙ୍କ ଫୋନ ନମ୍ବର ପ୍ରଦାନ କର।
* ଟଙ୍କା ପ୍ରସ୍ତାବ ବିଷୟରେ ପ୍ରମାଣ ପ୍ରଦାନ କର।
*ଏପରି ଖବର ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri