Posted inଫୁରସତ

ଏସି ବ୍ୟବହାର କରୁଥିଲେ

ବର୍ତ୍ତମାନ ଅସହ୍ୟ ଖରା ଓ ଗରମରେ ସମସ୍ତେ ଅତିଷ୍ଠ। ଏମିତିରେ ଆରାମ ଲାଗି ଅଫିସ୍‌ଠୁ ଆରମ୍ଭ କରି ଗାଡ଼ି, ଘର ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ଥାନରେ ଏୟାର କଣ୍ଟିଶନର(ଏସି)ର ବ୍ୟବହାର ବଢ଼ିଯାଇଛି। ହେଲେ ଆପଣ ଜାଣନ୍ତିକି ଏସି ବ୍ୟବହାର କରୁଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…
ଅତ୍ୟଧିକ ଗରମ ବେଳେ ଏସିର ଥଣ୍ଡା ପରିବେଶରେ ରହିବାକୁ କାହାକୁ ବା ଭଲ ନ ଲାଗେ! ହେଲେ ଦୀର୍ଘ ସମୟ ଏସି ରୁମ୍‌ରେ ରହିବା ଦ୍ୱାରା ଶରୀରରୁ ଜଳୀୟାଂଶ ଖୁବ୍‌ଶୀଘ୍ର କମିଥାଏ। ଫଳରେ ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିପାରେ। ତେଣୁ ଏହି ସମସ୍ୟା ନ ହେବା ଲାଗି ଏସିର ଟେମ୍ପରେଚର ବହୁତ କମ୍‌ ନ କରି ନର୍ମାଲ ରଖନ୍ତୁ ଏବଂ ମଝିରେ ମଝିରେ ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ।
ଅଧିକ ସମୟ ଏସିରେ ରହିବା ଦ୍ୱାରା ଡ୍ରାଏ ଆଇ ବା ଆଖି ଶୁଷ୍କ ହେବା ସମସ୍ୟା ଦେଖାଦିଏ। ଫଳରେ ଆଖି କୁଣ୍ଡେଇ ହୋଇ ଲାଲ୍‌ ପଡ଼ିଥାଏ। ଯେଉଁମାନଙ୍କଠାରେ ପୂର୍ବରୁ ଏଭଳି ସମସ୍ୟା ଥାଏ, ସେମାନେ ଏସିରେ ଅଧିକ ସମୟ ଆଦୌ ରହିବା ଠିକ୍‌ ନୁହେଁ, ନଚେତ୍‌ ସମସ୍ୟା ବଢ଼ିପାରେ।
ସେହିପରି ଏସିରେ ଦୀର୍ଘ ସମୟ ରହିବା ଦ୍ୱାରା ମଶ୍ଚରାଇଜର କମିଯିବା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ। ଏଥିପାଇଁ ମଧ୍ୟ କାହା କାହାଠାରେ ତ୍ୱଚା କୁଣ୍ଡେଇ ହେବା ଭଳି ବିଭିନ୍ନ ଲକ୍ଷଣ ଦେଖାଦିଏ।
ଏସି ବ୍ୟବହାର କେତେକଙ୍କଠାରେ ନାକ ଶୁଖିବା, ପୋଡ଼ିବା, ବ୍ଲକ୍‌ ହେବା, ଗଳାରେ ଯନ୍ତ୍ରଣା ହେବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ଏକ ପ୍ରକାରର ଆଲର୍ଜିକ୍‌ ରିଆକ୍ସନ୍‌। ଏହା ଶ୍ୱାସ ସମସ୍ୟାର କାରଣ ସାଜିପାରେ। ବିଶେଷକରି ପୂର୍ବରୁ କୌଣସି ଥଣ୍ଡା ଆଲର୍ଜି କିମ୍ବା ଶ୍ୱାସ ବା ଆଜ୍‌ମା ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।
କେବଳ ଏତିକି ନୁହେଁ, କାହା କାହାଠାରେ ଏସି ଯୋଗୁ ମୁଣ୍ଡବିନ୍ଧା, ମାଇଗ୍ରେନ୍‌ ଆଦି ସମସ୍ୟା ବି ଦେଖାଦେଇଥାଏ। ତେଣୁ ଏଭଳି ଅସୁବିଧା ଦୂର କରିବା ଲାଗି ଏସି ବ୍ୟବହାର କମ୍‌ କରନ୍ତୁ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକ ସମୟ ଏସିରେ ରହିବା ଦ୍ୱାରା ବାହାରକୁ ଗରମରେ ବାହାରିଲେ ହଠାତ୍‌ ତାପମାତ୍ରା ପରିବର୍ତ୍ତନ ଅନେକଙ୍କ ଶରୀର ସମ୍ଭାଳି ପାରି ନ ଥାଏ। ତାପମାତ୍ରାର ଅସନ୍ତୁଳନ ଯୋଗୁ ଷ୍ଟ୍ରୋକ୍‌ ହେବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?