ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ରବୀନ୍ଦ୍ର।
ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ମିଶିଥିଲେ। ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ ହୋଇଥିଲେ। ଶତାଧିକ ସମର୍ଥକଙ୍କୁ ନେଇ ପାର୍ଟି ଅଫିସ୍ ଆସି ପଦ୍ମ ଧରିଥିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ମିଶିଥିଲେ।
ପ୍ରକାଶଥାଉକି, ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ବାଲେଶ୍ବରବାସୀଙ୍କ ସେବା କରି ଆସିଛି । ଦଳ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ବୋଲି କହିଥିଲେ ରବୀନ୍ଦ୍ର । ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ଛାଡିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ବିଜେଡି ଟିକେଟରେ ବସ୍ତାରୁ ବିଧାୟକ ରହିଛନ୍ତି ।