‘ଏଥର ନୂଆପଡ଼ାରେ ପଦ୍ମ ଫୁଟିବ…’; ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କଲେ  ଅଭିନନ୍ଦନ ପଣ୍ଡା

ଖଡ଼ିଆଳ,୧୦।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଭାଜପା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଅଭିନନ୍ଦନ ପଣ୍ଡା ଖଡ଼ିଆଳର ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଶରଣ ପଶି ଆଶୀର୍ବାଦ ଭିକ୍ଷା କରିଛନ୍ତି।
ଭାଜପାର ବରିଷ୍ଠ ନେତା ତଥା ଖଡ଼ିଆଳ ଯୁବରାଜ ଦେବ ଦେବ  ପ୍ରସାଦ ସିଂ ଦେବ, ଭାଜପା ଓବିସି ମୋର୍ଚ୍ଚା ନୂଆପଡା ଜିଲା ସଭାପତି ଅଜିତ କିଶୋର ଚଲାନ, ବରିଷ୍ଠ ଭାଜପା ନେତା ମନୋଜ କୁମାର ପଟ୍ଟନାୟକ, ନେତ୍ରାନନ୍ଦ ମନହୀରା, ଯୁଧିଷ୍ଠିର ହଂସ ପ୍ରମୁଖଙ୍କ ସହ ସେ ମନ୍ଦିରକୁ ଯାଇ ଗଡ ଦେବୀ ରକ୍ତାମ୍ବରୀଙ୍କ ପୂଜା କରି ଆଶୀର୍ବାଦ ମାଗିଥିଲେ। ଭାଜପା ଟିକେଟ ଦେଲେ ଏଥର ସେ ନିଶ୍ଚିତ ଜିତିବେ ବୋଲି ଦୃଢୋକ୍ତି ବାଢିଛନ୍ତି। ଦଳ ଯଦି ଅନ୍ୟ କାହା ଉପରେ ଭରସା ରଖେ ତାହାହେଲେ ମଧ୍ୟ ସେ ତାଙ୍କୁ ସହଯୋଗ କରିବେ ଓ ଏଥର ନୂଆପଡ଼ାରେ ପଦ୍ମ ହିଁ ଫୁଟିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ଅଭିନନ୍ଦନ ଭାଜପାପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ନିର୍ବାଚନ ପରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଯୁବ ଗୋଷ୍ଠୀ ସହ ମିଶି ସାମାଜିକ କାମରେ ସାମିଲ ହୋଇଛନ୍ତି। ଏଣୁ ଏଥର ସେ ଟିକେଟ ପାଇଲେ ଜିତିବା ନିଶ୍ଚିତ ବୋଲି ଆଲୋଚନା ହେଉଛି।

Share