ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ଅଭିମାନିନୀ ଓ ମହିରୁହକୁ ୭ ଟି ପୁରସ୍କାର ମିଳିଛି। ବିଶ୍ୱର ୮୩ ଟି ଦେଶରୁ ଆସିଥିବା ୩୫୦୦ ଚଳଚ୍ଚିତ୍ର ମଧ୍ୟରୁ ହିତେଶଙ୍କ ଚଳଚ୍ଚିତ୍ର ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ଚିତ୍ର ଉତ୍ତୋଳନ ଓ ଶ୍ରେଷ୍ଠ ପ୍ରେରଣାଦାୟୀ ଚଳଚ୍ଚିତ୍ର ରୂପେ ପୁରସ୍କାର ମିଳିଛି। ଏଥିରେ ହିତେଶ କୁମାର, ଶିବାନନ୍ଦ ବିଶ୍ୱାଳ, ହରିହର ପୁହାନ, ଶିଳ୍ପୀ କେସୁ ଦାସ, ଶ୍ୟାମଳେନ୍ଦୁ ପାତ୍ର, ରାଜେଶ କୁମାର ମୁର୍ମୁ, ସରୋଜ କୁମାର ମହାରଣା, ଅଜିତ କୁମାର କର, ଅଶୋକ କୁମାର ଶା, ବିଶ୍ୱରଞ୍ଜନ ମଲ୍ଲିକ, ଗୁରୁସ୍ବାମୀ ମହନ୍ତ, ସଂସ୍କୃତି ବସୁ ଓ ମମତାମୟୀ ଦାଶଙ୍କୁ ସମ୍ମାନିତ କରାଯାଇଛି। ପ୍ରସିଦ୍ଧ ଓଡ଼ିଆ ସିନେ ତାରକା ଆକାଶ ଦାସନାୟକଙ୍କୁ ମହିରୁହ ଚଳଚ୍ଚିତ୍ରରେ ପୃଷ୍ଠଭୂମି ସ୍ବର ପାଇଁ ହିତେଶ ଅନେକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ହିତେଶଙ୍କ ପରିବାର ଏକ କଳାକାର ପରିବାର ହୋଇଥିବାବେଳେ ତାଙ୍କ ଅଜା ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଯାଜପୁରର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ । ମାଉସୀ ମଧୁସ୍ମିତା ଓ ଗୀତିସ୍ମିତା ମହାପାତ୍ର କଣ୍ଠଶିଳ୍ପୀ, ମାମୁ ମନମୋହନ ମହାପାତ୍ର ତବଲା ବାଦକ ରୂପେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ମା’ ନିବେଦିତା ମହାପାତ୍ର ଚାରୁଚିତ୍ରକଳାରେ ଶିକ୍ଷୟିତ୍ରୀ ଅଛନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍ରେ ଦେହାନ୍ତ
କଟକ,୧୫ା୨: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…
ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….
ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…
ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…
ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…
ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ
ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
IND VS PAK: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍ଆଉଟ୍ରେ…
କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…
ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…
ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…
Archives

