ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଅଭୟଙ୍କୁ ଜାମିନ ମିଳିଛି। ଅଭୟଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ୩ଟି ମାମଲାରୁ ଜାମିନ ପାଇଛନ୍ତି। ଫଳରେ ଅଭୟ ଜେଲରୁ ମୁକୁଳିବା ଏକପ୍ରକାର ସ୍ପଷ୍ଟ ହୋଇଛି।
ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗତ ବର୍ଷ ଗିରଫ ହୋଇଥିଲେ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ। ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ହୋଇଥିବା ଠକେଇରେ ଅଭୟ ଓ ତାଙ୍କର ପୁଅଙ୍କୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଅନ୍ୟ ଏକ ମାମଲା ବିଚାରାଧୀନ ଥିବାରୁ ବାପା ପୁଅ ଜେଲରେ ଥିଲେ। ହେଲେ ଅଭୟଙ୍କ ଜାମିନ ମଞ୍ଜୁର ପରେ ଜେଲରୁ ମୁକୁଳିବା ନିଶ୍ଚିତ ହୋଇଛି।


