ପରିତ୍ୟକ୍ତ ଅବସ୍ଥାରେ ବିଶ୍ରାମାଗାର, ବସ୍‌କୁ ଅପେକ୍ଷା କରିବା ପାଇଁ ଗଛ ହିଁ ଭରସା

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆଉ ତାକୁ ସଫଳ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଏମିତି ଏକ ପଞ୍ଚାୟତ ରହିଛି ଯାହାକି ବ୍ଲକ ଅଞ୍ଚଳର ମୁଖ୍ୟ ଛକ ଭାବେ ଜଣାଶୁଣା କିନ୍ତୁ ଏଠି ପଞ୍ଚାୟତବାସୀଙ୍କ ଗୁହାରି କେହି ଶୁଣିବାକୁ ନାହିଁ।

ପ୍ରକାଶ ଯେ, ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଦୁର୍ଗମ ଗ୍ରାମରୁ ଲୋକ ଆସି ବସ୍‌କୁ ଅପେକ୍ଷା କରୁଛନ୍ତି ଯେଉଁଠି ଯାତ୍ରୀମାନେ ଅପେକ୍ଷା କରନ୍ତି। ସେହି ସ୍ଥାନରେ ବିଶ୍ରାମାଗାର ନାହିଁ ଫଳରେ ଗୋଟିଏ ଗଛମୂଳରେ ଲୋକମାନେ ରାସ୍ତାକଡ଼ରେ ଯାଇଥିବା ଡ୍ରେନ୍‌ ଉପରେ ପଡ଼ିଥିବା ସିମେଣ୍ଟ ଚଟାଣ ଉପରେ ବସି ବସ୍‌କୁ ଅପେକ୍ଷା କରୁଛନ୍ତି। ଉକ୍ତ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ବାଡ଼ାବାଙ୍ଗା ଆସି ସେଠାରୁ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ସିମନବାଡ଼ି, ରାଇକିଆ, ଫୁଲବାଣୀ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ଅଞ୍ଚଳକୁ ଯାତାୟାତ କରନ୍ତି। ଯେଉଁ ଗଛମୂଳରେ ଅପେକ୍ଷା କରନ୍ତି ସେଠାରେ ବସିଲେ ଯାତ୍ରୀବାହୀ ବସ୍‌, ଅଟୋ ଆଦି ଆସିଲେ ଦୃଶ୍ୟମାନ ହେଉଛି। ଉକ୍ତ ଗଛଟି ତିନିଛକ ଉପରେ ରହିଥିବାରୁ ୩ ପଟେ ଗାଡ଼ିମୋଟର ଚଳାଚଳ ବେଳେ ଗାଡ଼ିକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଜାଣିପାରନ୍ତି। ତେଣୁ ବର୍ଷା, ଖରା, ଶୀତ ଦିନରେ ବାଧ୍ୟ ହୋଇ ଖୋଲା ଆକାଶ ତଳେ ଗାଡ଼ିକୁ ଅପେକ୍ଷା କରିଥାନ୍ତି ଯାତ୍ରୀ।

ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତ ପକ୍ଷରୁ ଏକ ଯାତ୍ରୀ ବିଶ୍ରାମାଗାର ଗୃହ ନିର୍ମାଣ କରାଯାଇଛି କିନ୍ତୁ ଛକଠାରୁ ଟିକିଏ ଦୂର ଓ ଗୋଟିଏ କୋଣରେ ନିର୍ମାଣ କରାଯାଇଛି। ତା’ର ରକ୍ଷଣାବେକ୍ଷଣ ଅଭାବରୁ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି ଫଳରେ ସେଠାକୁ ଯାତ୍ରୀମାନେ ଗାଡ଼ିକୁ ଅପେକ୍ଷା କରିବାକୁ ଅମଙ୍ଗ ହେଉଥିବା ଯାତ୍ରୀ ଗାମଓ୍ବାଡିକମ୍ବା ଗ୍ରାମର ଅଞ୍ଜିତ ନାୟକ,ଅଶ୍ୱିନ ପରିଚ୍ଛା ଏବଂ ନରେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି । ଏହି ଗଛମୂଳରେ ଏକ ବିଶ୍ରାମାଗାର ସହ ଗୋଷ୍ଠୀ ଶୌଚାଳୟ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri