ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର

ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍‌ ମାସ ପହଞ୍ଚତ୍ଲା। ଇତିମଧ୍ୟରେ ଥରକୁ ଥର ବିଭିନ୍ନ କାଗଜପତ୍ର ପଞ୍ଚାୟତସ୍ତରରେ ୱାର୍ଡସଭ୍ୟଙ୍କଠାରୁ ଆରମ୍ଭକରି କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ୍‌ ମଧ୍ୟ ନେଇଛନ୍ତି। ଯାହାର ଜିଓ ଟେକ ହୋଇଛି ସେ ନିଶ୍ଚିତ ଆବାସଗୃହ ପାଇବ ବୋଲି ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ଜୁନ୍‌ ମାସରେ ବଣ୍ଟନ ହୋଇଥିବା ଆବାସ ଗୃହ କାର୍ଯ୍ୟାଦେଶ ପରେ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି।
ବିଧାୟକଙ୍କଠାରୁ ଆରମ୍ଭକରି ଜିଲାପାଳ, ବିଡିଓ କେତେଜଣ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ଗୃହ ଦିଆଯିବ ବୋଲି କହିଥିଲେ। ଏହାପରେ ବ୍ଲକସ୍ତରୀୟ କର୍ମଚାରୀ ଆସି ସେହି ଘରର ସ୍ଥିତି ଦେଖି ପରିବାର ସଦସ୍ୟଙ୍କ କାଗଜ ପତ୍ର ନେଇ ପ୍ରାଥମିକତା ଭିତ୍ତିରେ ଘର ମିଳିବ ବୋଲି ଜଣାଇଥିଲେ। କିନ୍ତୁ ବିଡ଼ମ୍ବନା ପ୍ରତିଶ୍ରୁତି, ଆଶ୍ୱାସନା ମଧ୍ୟରେ ଆଶାରେ ସେ ସବୁ ରହିଗଲା। କିନ୍ତୁ ସେମାନଙ୍କୁ ଆବାସ କାର୍ଯ୍ୟାଦେଶ ଏଯାଏ ମିଳିଲା ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ପଦ୍ମା ପ୍ରଧାନୀଙ୍କ ପାଖରେ।
ପଦ୍ମା ଝିଅ ଚଞ୍ଚଳାଙ୍କ ସହ ଗାଁରେ ରୁହନ୍ତି। ପୁଅ ଗୋପୀଙ୍କର ଦେହାନ୍ତ ହୋଇଯାଇଛି। ବାରଘରେ କାମ୍ରକରି ସେମାନେ ନିଜ ଗୁଜୁରାଣ ମେଣ୍ଟାନ୍ତି। ସେମାନେ ରହୁଥିବା ଘର ଛପର ଉଡ଼ିଯାଇଛି, କାନ୍ଥ ଭାଙ୍ଗିଯାଇଛି। କେହି ଜଣେ ବଦାନ୍ୟ ବ୍ୟକ୍ତି ଆଜବେଷ୍ଟସ୍‌ଟିଏ ଦେବାରୁ ଚଳିତବର୍ଷ ତାହାକୁ ପକାଇ ବର୍ଷା ଦାଉରୁ ରକ୍ଷା ପାଇଁ ସାହସ ଜୁଟାଇଛନ୍ତି ମା’ ଝିଅ। ପୂର୍ବରୁ ପଦ୍ମା ଓ ଚଞ୍ଚଳାଙ୍କ ଘର ସମ୍ପର୍କରେ ଖବର ପ୍ରକାଶ କରାଯାଇଥିଲା। ଏହାପରେ ବିଧାୟକ ଗ୍ରାମକୁ ଆସିଥିବାବେଳେ ସେମାନଙ୍କୁ ଆବାସ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରାଥମିକତା ଭିତ୍ତିରେ ଘର ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଫଳ ଶୂନ। ଜୀବନକାଳ ମଧ୍ୟରେ ସରକାରଙ୍କଠାରୁ ଘର ଖଣ୍ଡେ ମିଳିବନି କି ବୋଲି ଆଖି ଛଳଛଳ କରି ପ୍ରଶ୍ନ କରିଛନ୍ତି ପଦ୍ମା। ଚଳିତ ଥର ଯେଉଁମାନେ ଆବାସ ଗୃହ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ଇନ୍ଦିରା ଆବାସ ଗୃହ ଯୋଜନା ବେଳଠୁ ଆଜିଯାଏ ସବୁ ଯୋଜନାରେ ଘର ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ପାଇଛନ୍ତି। ଏହାପରେ ମଧ୍ୟ ଏବେବି କେତେଜଣ ହିତାଧିକାରୀ ଘର ପାଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ପଦ୍ମାଙ୍କୁ ଘର ମିଳିବା ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଜଏନ୍‌ କରିବା ଆଗରୁ ଆବାସ ହିତାଧିକାରୀ ଚୟନ ହୋଇସାରିଥିଲା। ତଥାପି ପଦ୍ମାଙ୍କ ପାଇଁ କ’ଣ କରାଯାଇପାରିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri