ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର

ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍‌ ମାସ ପହଞ୍ଚତ୍ଲା। ଇତିମଧ୍ୟରେ ଥରକୁ ଥର ବିଭିନ୍ନ କାଗଜପତ୍ର ପଞ୍ଚାୟତସ୍ତରରେ ୱାର୍ଡସଭ୍ୟଙ୍କଠାରୁ ଆରମ୍ଭକରି କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ୍‌ ମଧ୍ୟ ନେଇଛନ୍ତି। ଯାହାର ଜିଓ ଟେକ ହୋଇଛି ସେ ନିଶ୍ଚିତ ଆବାସଗୃହ ପାଇବ ବୋଲି ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ଜୁନ୍‌ ମାସରେ ବଣ୍ଟନ ହୋଇଥିବା ଆବାସ ଗୃହ କାର୍ଯ୍ୟାଦେଶ ପରେ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି।
ବିଧାୟକଙ୍କଠାରୁ ଆରମ୍ଭକରି ଜିଲାପାଳ, ବିଡିଓ କେତେଜଣ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ଗୃହ ଦିଆଯିବ ବୋଲି କହିଥିଲେ। ଏହାପରେ ବ୍ଲକସ୍ତରୀୟ କର୍ମଚାରୀ ଆସି ସେହି ଘରର ସ୍ଥିତି ଦେଖି ପରିବାର ସଦସ୍ୟଙ୍କ କାଗଜ ପତ୍ର ନେଇ ପ୍ରାଥମିକତା ଭିତ୍ତିରେ ଘର ମିଳିବ ବୋଲି ଜଣାଇଥିଲେ। କିନ୍ତୁ ବିଡ଼ମ୍ବନା ପ୍ରତିଶ୍ରୁତି, ଆଶ୍ୱାସନା ମଧ୍ୟରେ ଆଶାରେ ସେ ସବୁ ରହିଗଲା। କିନ୍ତୁ ସେମାନଙ୍କୁ ଆବାସ କାର୍ଯ୍ୟାଦେଶ ଏଯାଏ ମିଳିଲା ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ପଦ୍ମା ପ୍ରଧାନୀଙ୍କ ପାଖରେ।
ପଦ୍ମା ଝିଅ ଚଞ୍ଚଳାଙ୍କ ସହ ଗାଁରେ ରୁହନ୍ତି। ପୁଅ ଗୋପୀଙ୍କର ଦେହାନ୍ତ ହୋଇଯାଇଛି। ବାରଘରେ କାମ୍ରକରି ସେମାନେ ନିଜ ଗୁଜୁରାଣ ମେଣ୍ଟାନ୍ତି। ସେମାନେ ରହୁଥିବା ଘର ଛପର ଉଡ଼ିଯାଇଛି, କାନ୍ଥ ଭାଙ୍ଗିଯାଇଛି। କେହି ଜଣେ ବଦାନ୍ୟ ବ୍ୟକ୍ତି ଆଜବେଷ୍ଟସ୍‌ଟିଏ ଦେବାରୁ ଚଳିତବର୍ଷ ତାହାକୁ ପକାଇ ବର୍ଷା ଦାଉରୁ ରକ୍ଷା ପାଇଁ ସାହସ ଜୁଟାଇଛନ୍ତି ମା’ ଝିଅ। ପୂର୍ବରୁ ପଦ୍ମା ଓ ଚଞ୍ଚଳାଙ୍କ ଘର ସମ୍ପର୍କରେ ଖବର ପ୍ରକାଶ କରାଯାଇଥିଲା। ଏହାପରେ ବିଧାୟକ ଗ୍ରାମକୁ ଆସିଥିବାବେଳେ ସେମାନଙ୍କୁ ଆବାସ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରାଥମିକତା ଭିତ୍ତିରେ ଘର ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଫଳ ଶୂନ। ଜୀବନକାଳ ମଧ୍ୟରେ ସରକାରଙ୍କଠାରୁ ଘର ଖଣ୍ଡେ ମିଳିବନି କି ବୋଲି ଆଖି ଛଳଛଳ କରି ପ୍ରଶ୍ନ କରିଛନ୍ତି ପଦ୍ମା। ଚଳିତ ଥର ଯେଉଁମାନେ ଆବାସ ଗୃହ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ଇନ୍ଦିରା ଆବାସ ଗୃହ ଯୋଜନା ବେଳଠୁ ଆଜିଯାଏ ସବୁ ଯୋଜନାରେ ଘର ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ପାଇଛନ୍ତି। ଏହାପରେ ମଧ୍ୟ ଏବେବି କେତେଜଣ ହିତାଧିକାରୀ ଘର ପାଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ପଦ୍ମାଙ୍କୁ ଘର ମିଳିବା ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଜଏନ୍‌ କରିବା ଆଗରୁ ଆବାସ ହିତାଧିକାରୀ ଚୟନ ହୋଇସାରିଥିଲା। ତଥାପି ପଦ୍ମାଙ୍କ ପାଇଁ କ’ଣ କରାଯାଇପାରିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri