ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜୟ ପଣ୍ଡାଙ୍କ ସରକାରୀ ଵାସ ଗୃହର ଗେଟରେ ତାଲା ପକାଇ ଅନଶନ କରୁଛନ୍ତି ।
ଇନଚାର୍ଜଙ୍କ ବଦଳି ଦାବିରେ ଆଶାକର୍ମୀମାନେ ପ୍ରତିବାଦ କରୁଛନ୍ତି । ଅପରପକ୍ଷେ ମୋହନା ବ୍ଲକ ସଭା ଗୃହରେ ଜିଲାପାଳ ଶୁଣାଣି ଅଭିଯୋଗ ଥିବା ହେତୁ ଡାକ୍ତର ଜୟ ପଣ୍ଡା ଅଭିଯୋଗ ଶୁଣାଣିରେ ଯୋଗ ଦେଇଛନ୍ତି । ଅନ୍ୟାୟ, ଅନୀତି ଓ ଦୁର୍ନିତୀ ବିରୁଦ୍ଧରେ ମୋହନା ମୋଡିକାଲ ଡାକ୍ତର ଜୟ କୁମାର ପଣ୍ଡାଙ୍କ ବଦଳି ଦାବି କରୁଛୁ ବୋଲି ଆଶାକର୍ମୀ କହିଛନ୍ତି ।

