Posted inଜାତୀୟ

ହୀନ ରାଜନୀତି ଯୋଗୁ ମା’ ସୀତା ଓ ରାମଙ୍କର ହେଲା ଅପମାନ’, ଆଦିପୁରୁଷ ଫିଲ୍ମକୁ ନେଇ ମତ ରଖିଲା ଏଏପି

ନୂଆଦିଲ୍ଲୀ,୧୭।୬: ବଲିଉଡ ମୁଭି ‘ଆଦିପୁରୁଷ’କୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଏଏପିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଶନିବାର ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ଆଜି ମୁଁ ଦୁଃଖର ସହ ଏହି ପିସି କରୁଛି। ଭାଜପା ତା’ର ହୀନ ରାଜନୀତି ଯୋଗୁ ମା’ ସୀତା ଓ ଭଗବାନ ରାମଙ୍କର ଅପମାନ କରୁଛି। ମା’ ସୀତା, ଶ୍ରୀରାମ ଓ ହନୁମାନଙ୍କ ନାଁ ନେଲେ ସମସ୍ତ ହିନ୍ଦୁଙ୍କ ମସ୍ତକ ସମ୍ମାନରେ ନଇଁ ଯାଇଥାଏ।ଆମର ଏମିତି ଭଗବାନଙ୍କୁ ନେଇ ସେମାନେ ନିମ୍ନ ମାନର ଫିଲ୍ମ ନିର୍ମାଣ କରିଛନ୍ତି।

ସେ କହିଛନ୍ତି, ଫିଲ୍ମର ସଂଳାପଗୁଡ଼ିକ ଖରାପ। ଏଭଳି ଖରାପ ସଂଳାପ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛି। ଗୋଟିଏ ଦୃଶ୍ୟ କଳ୍ପନା ଉପରେ ଆଧାରିତ ଯେ ମାତା ସୀତାଙ୍କୁ ଛୁରାମାଡ଼ କରାଯାଇଛି। କାଳ୍ପନିକ ଉପରେ ଯାହା ଆଧାରିତ ତାହା ଦର୍ଶାଯାଇପାରିବ। କଳ୍ପନା ଆଧାରରେ ତୁମେ ରାମଚରିତମାନସର ଆଧାର ପରିବର୍ତ୍ତନ କରିବ।
ଭାଜପା ନେତାଙ୍କ ଉପରେ ଖୋଳତାଡ଼ କରି ଏଏପି ଏମପି ଆହୁରି ମଧ୍ୟ କହିଛନ୍ତି, ପୁଷ୍କର ସିଂ ଧାମି, ନରୋତ୍ତମ ମିଶ୍ର, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ଏକନାଥ ସିନ୍ଦେ, ମନୋହର ଲାଲ ଖଟ୍ଟରଙ୍କ ଆଶୀର୍ବାଦରେ ଏହି ମୁଭି ନିର୍ମାଣ କରାଯାଇଛି। ଏହି ଲୋକମାନେ ନା ରାମଙ୍କର ନା ସାଧାରଣ ଜନତାଙ୍କର। ଏମାନେ କୌଣସି କାମକୁ ନୁହେଁ। ଏହି ମୁଭିରେ ସଡ଼କଛାପ ଭାଷାର ବ୍ୟବହାର ହୋଇଛି। ଏହି ପାର୍ଟି ମଧ୍ୟ ଧର୍ମରେ ଲଫଙ୍ଗାମି ପ୍ରଦର୍ଶନ କରୁଛି। ଏହି ମୁଭି ନିର୍ମାଣ କରି ଭାଜପା ପ୍ରଭୁ ରାମ, ମାତା ସୀତା ଏବଂ ପ୍ରଭୁ ହନୁମାନଙ୍କୁ ଅପମାନିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri