ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ ଶୁଟିଂ ବନ୍ଦ ଥିବା ବେଳେ ଏବେ ଆମରି ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଶୁଟିଂ ପାଇଁ ତୁର୍କି ଗସ୍ତ କରିଛନ୍ତି। ଏହି ଶୁଟିଂ ସମୟରେ ସେ ତୁର୍କିର ଫାଷ୍ଟ ଲେଡି ଏମିନ ଏର୍ଦ୍ଦୋଗାନଙ୍କ ସହ ସାକ୍ଷାତ୍‌ କରିଛନ୍ତି। ତେବେ ସାକ୍ଷାତ୍‌କାର ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଗୁଡିକୁ ନିଜେ ତୁର୍କିର ଫାଷ୍ଟ ଲେଡି ଶେୟାର କରି ଲେଖିଛନ୍ତି, ଆମିରଙ୍କ ସହ ସାକ୍ଷାତ୍‌କାର ମୋତେ ଖୁସି ଦେଇଛି। ବିଶ୍ୱରେ ସମ୍ମାନୀତ ହୋଇଥିବା ଭାରତୀୟ କଳାକାର, ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଇସ୍ତାନବୁଲରେ ଅଛନ୍ତି ଦେଖି ମୋତେ ଖୁବ୍‌ ଖୁସି ଲାଗିଥିଲା। ଏହାସହ ଆମିର ଖାଁ ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଶୁଟିଂ ତୁର୍କିର ବିଭିନ୍ନ ସ୍ଥାନରେ କରିଥିବାରୁ ମୁଁ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା ରଖିବି ବୋଲି ତୁର୍କିର ଫାଷ୍ଟ ଲେଡି ଏର୍ଦ୍ଦୋଗାନ ପ୍ରକାଶ କରିଛନ୍ତି। ଫଟୋ ଗୁଡିକରେ ଆମିର ‘ଲାଲ ସିଂ ଚଡ୍ଡା’ର ଲୁକ୍‌ରେ ନଜର ଆସିଛନ୍ତି। ଧଳା କେଶ ସହ ତାଙ୍କର ଷ୍ଟ୍ରଙ୍ଗ ବଡି ବି ପ୍ରଶଂସକଙ୍କ ମନ କିଣିଛି। କେବଳ ଏହି ଫିଲ୍ମ ପାଇଁ ଆମିର ଏମିତି ବଡି ବନାଇଥିବା କୁହାଯାଏ। ଏହି ଫିଲ୍ମର କିଛି ଅଂଶ ପଞ୍ଜାବରେ ଶୁଟିଂ କରାଯାଇଥିବା ବେଳେ ଏଥିରେ ଆମିରଙ୍କ ଅପୋଜିଟରେ ଅଛନ୍ତି କରିନା କପୁର। ଚଳିତ ବର୍ଷ ଡିସେମ୍ବରରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏବେ କିନ୍ତୁ ୨୦୨୧ ମସିହାକୁ ଏହାର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri