ନିୟମ ଭାଙ୍ଗିଲେ ଅମିର

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ଆଗାମୀ ଫିଲ୍ମ ଲାଲ ସିଂ ଚଢାର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ସେ ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ଶୁଟିଂ କରୁଥିଲେ। ସେଠାରେ ଅମିର ଥିବା ଖବର ପାଇ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ। ପ୍ରଶଂସକଙ୍କ ସହ ଅମିର ଫଟୋ ଉଠାଇଥିଲେ। ଏହି ସମୟରେ ସେ ମାସ୍କ ପିନ୍ଧି ନ ଥିଲେ କି ପ୍ରଶଂସକମାନେ ମଧ୍ୟ ମାସ୍କ ପିନ୍ଧି ନ ଥିଲେ। କରୋନା ମହାମାରୀ ସମୟରେ ଏହା ଏକ ପ୍ରମୁଖ ଉଲ୍ଲଂଘନ। ଏଥିରେ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁର୍ଜର ରାଗିଯାଇ ଅମିର ନାଁରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଅମିର ଫିଲ୍ମ ଲାଲ ସିଂ ଚଢା ଶୁଟିଂ ସମୟରେ ଆହତ ହୋଇଥିଲେ। ସେ ଏକ ଆକ୍ସନ ଦୃଶ୍ୟ ପାଇଁ ଶୁଟିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ। ତାଙ୍କ ପାଟିରେ ଆଘାତ ଲାଗିଥିଲା। ଆହତ ହେବା ସତ୍ତ୍ୱେ ସେ ଫିଲ୍ମର ଶୁଟିଂ ବନ୍ଦ କରି ନ ଥିଲେ। ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ଲାଲ ସିଂ ଚଢା ମୁକ୍ତିଲାଭ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ନିବାରଣ ଅଭିଯାନ: ଗାଁରେ ତାତିଲେ ମହିଳା 

 ଜେନାପୁର,୨।୩(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତରେ ନିଶା ନିବାରଣ ଅଭଯାନ  ଆରମ୍ଭ ହୋଇଅଛି। ସୂଚନା  ଥାଉକି  ଅଳସଗଣ୍ଡ …

ଇସ୍ରାଏଲୀ ଆକ୍ରମଣରେ ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ

ତେହରାନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ନିକଟରେ ଆମେରିକା…

ମା’ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ବରୀଙ୍କ ଡୁମ୍ବୁଳା ଯାତ୍ରା ସୋମବାର ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ପ୍ରାତଃ ୬…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ବିଦେଶୀ ମଦ ହେଉଥିଲା ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା…

ରିଲିଜ ହେଲା ‘ଟକ୍ସିକ’ର ପ୍ରଥମ ଗୀତ, ପ୍ରଶଂସା ସାଉଁଟୁଛନ୍ତି କିଆରା

ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର…

ରାସ୍ତା ଉନ୍ନତିକରଣ:  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତୀ ଗୋକୁଳାନନ୍ଦ

ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri