ଭୁବନେଶ୍ବର,୧୧ା୧: ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ମୁହଁ ଖୋଲି ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଆମ ବସ୍କୁ ନେଇ ପ୍ରତ୍ୟେକ ଲୋକଙ୍କ ପାଟିରୁ ବର୍ତ୍ତମାନ ଯମ ବସ୍ ବାହାରୁଛି । ଏବେ ଯେଉଁଭଳି ଦୁର୍ଘଟଣା ହେଉଛି, ବସ୍ରେ ନିଆଁ ଲାଗିଯାଉଛି ସେସବୁ ପାଇଁ ଲୋକେ ଭୟଭୀତ ହେଉଛନ୍ତି । ବସ୍ର ଠିକ୍ ଭାବରେ ଯାଞ୍ଚ ମଧ୍ୟ ହେଉନି । ପୂର୍ବରୁ କେବେ ବସକୁ ନେଇ ଲୋକଙ୍କ ଭିତରେ ଭୟ ଦେଖିନଥିଲି । ବର୍ତ୍ତମାନ ପ୍ରତ୍ୟେକ ଲୋକ ଏହି ବସକୁ ଭୟ କରୁଛନ୍ତି ।
ବିଜେଡି ବିଧାୟକ କହିଛନ୍ତି ଯେ, ଯେଉଁ ଦିନ ଠାରୁ ଏହି ବସର ଶୁଭାରମ୍ଭ ହେଲା ସେହିଦିନ ଠାରୁ କେବେ ଏଭଳି ଦୁର୍ଘଟଣା କିମ୍ବା ଅଘଟଣ ହୋଇନଥିଲା । ବର୍ତ୍ତମାନ କେଉଁଠି ଆମ ବସ୍ ଦୁର୍ଘଟଣା ହେଉଛି ତ ଆଉ କେଉଁଠି ନିଆଁ ଲାଗିଯାଉଛି । ଏହାକୁ ଦେଖି ଲୋକେ ଭୟଭୀତ ହେବା ସ୍ବାଭାବିକ ।
ସେବା ଦେବା ଉଦ୍ଦେଶ୍ୟରେ କାହା ଜୀବନ ଦେବା ଅଧିକାର ଆମର ନୁହେଁ । ଯଦି ପରିଚାଳକ ଏବଂ ଡ୍ରାଇଭରଙ୍କ ଠିକ୍ ଯୋଗ୍ୟତା ରହିଥାନ୍ତା ତେବେ ଏଭଳି ଅଗ୍ନିକାଣ୍ଡ ହୋଇନଥାନ୍ତା । ମୋତେ ଲାଗିଲାଣି ଭବିଷ୍ୟତରେ ଏହି ସେବା ବନ୍ଦ ହୋଇଯିବ ବୋଲି ବିଧାୟକ କହିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ସବୁବେଳେ ଅବହେଳା କରିଛନ୍ତି ବୋଲି ସେ ଟାର୍ଗେଟ କରିଛନ୍ତି ।