ଆମ ବସ୍‌କୁ ଧୂପଦୀପ ଦେଇ ଯମ ରୂପେ କଲେ ପୂଜା: ଅଧିଆ ପଡ଼ି କହିଲେ…

ଭୁବନେଶ୍ୱର,୪।୧: ଆମ ବସ୍‌କୁ ଯମ ରୂପେ ଧୂପ ଦେଇ ପୂଜା କଲେ। ବସ୍‌ ଆଗରେ ଅଧିଆ ପଡ଼ିଲେ। ପ୍ରାର୍ଥନା କଲେ ଏତିକିରେ ଶାନ୍ତି ହେଇଯା ଆଉ ମଣିଷ ମାରନି।ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଗାଡ଼କଣ ଆମ ବସ ଡିପୋରୁ।
ଅନ୍ୟପକ୍ଷେ  ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ   କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ  କରାଯାଇଛି। ଅନ୍‌ ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ  ହୋଇଛି।
ଶନିବାର ମୋ ବସ୍‌ ସମାନ ଜାଗା ରୁପାଲି ଛକରେ ଦୁଇଥର ଦୁର୍ଘଟଣା କରିଥିଲା। ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ସେଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଜଣେ ଗୁରୁତର ହୋଇଥିଲେ। ପରେ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା।
Dharitri – Odisha’s No.1 Odia Daily

Share