Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହୋଇଛନ୍ତି। ବର୍ତ୍ତମାନ ଆଧାରକାର୍ଡ ତିଆରି କରିବାକୁ ଆବେଦନକାରୀଙ୍କୁ ଏନ୍‌ଆର୍‌ସି (No remarks Certificate) ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ବିସ୍ତୃତ ମାନକ ଅପରେଟିଂ ପଦ୍ଧତି (ଏସ୍‌ଓପି) ପ୍ରସ୍ତୁତ ହେବ ଏବଂ ଏହା ୧ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସର ଆବେଦନ ରସିଦ ନମ୍ବର ଦାଖଲ କରିବା ବେଆଇନ ବିଦେଶୀଙ୍କ ପ୍ରବାହକୁ ବନ୍ଦ କରିବ ଏବଂ ଆଧାରକାର୍ଡ ପ୍ରଦାନରେ ରାଜ୍ୟ ସରକାର କଡ଼ା କାର୍ଯ୍ୟ କରିବେ। ଆଧାରକାର୍ଡ ପାଇଁ ଆବେଦନ ଜନସଂଖ୍ୟା ତୁଳନାରେ ବହୁତ ଅଧିକ, ଯାହା ଦର୍ଶାଏ ଯେ, ରାଜ୍ୟରେ ସନ୍ଦେହଜନକ ନାଗରିକ ଅଛନ୍ତି। ସେଥିପାଇଁ ଆସାମ ସରକାରଙ୍କୁ ଆଧାରକାର୍ଡ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର ଦାଖଲ କରିବାକୁ ପଡ଼ିବ।

ଆସାମର କେତେକ ନିର୍ଦ୍ଦିଷ୍ଟ ଜିଲାରେ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଲୋକ ଆବେଦନ କରିଥିଲେ। ସେଥିପାଇଁ ଯେଉଁମାନଙ୍କର ଏନ୍‌ଆର୍‌ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ବର୍ତ୍ତମାନ ଆସାମରେ ଆଧାରକାର୍ଡ ପାଇବା ସହଜ ହେବ ନାହିଁ। ଆଧାରକାର୍ଡ ପ୍ରଦାନରେ ଅନ୍ୟ ରାଜ୍ୟ ମଧ୍ୟ କଡ଼ା କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ୯.୫୫ ଲକ୍ଷ ଲୋକଙ୍କ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ ହେବ ନାହିଁ, ଯାହାର ବାୟୋମେଟ୍ରିକ୍ସ ଏନ୍‌ଆର୍‌ସି ପ୍ରକ୍ରିୟା ସମୟରେ କରାଯାଇଥିଲା। ସେହିମାନେ ସେମାନଙ୍କ କାର୍ଡ ପାଇବେ। ଚା’ ଚାଷ କ୍ଷେତ୍ରରେ ମଧ୍ୟ ଏହି ପ୍ରକ୍ରିୟା ପ୍ରଯୁଜ୍ୟ ହେବ ନାହିଁ କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ ମେଶିନ ଉପଲବ୍ଧ ନ ହେବା ଭଳି କିଛି ଅସୁବିଧା ହେତୁ ସେଠାରେ ଥିବା ଲୋକମାନେ ଆଧାର କାର୍ଡ ପାଇନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏପରି ଚାରୋଟି ଜିଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି। ଏହି ୪ ଜିଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି। କୌଣସି ବ୍ୟକ୍ତିଙ୍କୁ ଆଧାର କାର୍ଡ ଦିଆଯାଇପାରିବ କି ନାହିଁ ତାହା ସ୍ଥିର କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅଧିକାର ପ୍ରଦାନ କରିଛି। ଏଭଳି ପରିସ୍ଥିତିରେ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ନୂତନ ଆବେଦନକାରୀଙ୍କୁ ଆଧାରକାର୍ଡ ପ୍ରଦାନ କରାଯିବ ଯେତେବେଳେ ସମ୍ପୃକ୍ତ ଜିଲା କମିଶନରଙ୍କ ଦ୍ୱାରା ଏନ୍‌ଓସି ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ ମଧ୍ୟ ଅତି ନିକଟରୁ ଯାଞ୍ଚ କରାଯିବ। ଯଦି ଆବେଦନକାରୀଙ୍କ ପାଖରେ ଏନ୍‌ଆର୍‌ସି ଥାଏ, ଏହା ସ୍ପଷ୍ଟ ହୋଇଯାଏ ଯେ; ସେ ୨୦୧୪ ପୂର୍ବରୁ ରାଜ୍ୟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?