ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର ମୁଣ୍ଡ-ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନ ୧୦ ଟାରୁ ୧୧ଟା ମଧ୍ୟରେ କୋରାପୁଟ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ମାଲଗାଡ଼ି ଧକ୍କାରେ ଏଭଳି ଅଘଟଣ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଯୁବକଙ୍କ ପରିଚୟ ମିଳିନି। ରେଳ ବିଭାଗ ଆର୍‌ପିଏଫ୍‌ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Share