ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଲପଡ଼ାର ପ୍ରଭାତ ନାୟକ (୨୪)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ପ୍ରଭାତ ଆଜି ଅପରାହ୍ନରେ ବାଇକ୍ ଯୋଗେ ଗାଁରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ। ଏହି ସମୟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଲଗାଇ ଚାଲି ଯାଇଥିଲା। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ଆଣିଥିଲେ। ମେଡିକାଲରେ ପ୍ରଭାତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।