କୋରାପୁଟ,୨ା୫(ଅମିତାଭ ବେହେରା): ଶୁକ୍ରବାର ସକାଳେ କୋରାପୁଟ ସହରରେ ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ କୋରପୁଟ ସହରରେ ହାଉସିଂବୋର୍ଡ କଲୋନୀରେ ରହୁଥିବା ଅଜୁ ଚେଟୀ ନାମକ ଜଣେ ଯୁବକ ଏଲ୍ଆଇସି କଲୋନୀରେ ରହୁଥିବା ନିଜ ଭଉଣୀ ଘରକୁ ଅଟୋ ଆଣିବା ପାଇଁ ଯାଉଥିବା ବେଳେ ଡିଆଇଜି ଅଫିସ ନିକଟରେ କିଛି ମହୁମାଛି ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ସହରରେ ମହୁମାଛି ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ କୋର୍ଟ ପରିସରରେ ବି ମହୁମାଛି ଆକ୍ରମଣରେ ଜଣେ ଓକିଲ ଓ ସ୍ଥାନୀୟ ଲୋକେ ଆହତ ହୋଇଥିଲେ। ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।